ଓଡିଶାଲାଇଭ୍ କରୋନା ବ୍ୟୁରୋcorona positive

  • ଭୁବନେଶ୍ଵରରୁ ପୁଣି ୧୪୯ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୯୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୧ ଜଣ
  • ସହରରେ ମୋଟ ପଜିଟିଭ୍ ସଂଖ୍ୟା ୩୨୧୭କୁ ବୃଦ୍ଧି

ଭୁବନେଶ୍ଵରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସହରରୁ ପୁଣି ୧୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୮ ଜଣ କ୍ଵାରେଣ୍ଟାଇନ୍‌ରୁ ଏବଂ ୫୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ଶିରିପୁର କନ୍ଧସାହିରୁ ୧୪ ଜଣ, ସାଲିଆସାହିରୁ ୧୧ ଜଣ, ନୟାପଲ୍ଲୀ ବ୍ରିଟ୍ କଲୋନିରୁ ୭ ଜଣ, ଡୁମୁଡୁମାରୁ ୬ ଜଣ, ୟୁନିଟ୍-୬ରୁ ୪ ଜଣ, ଖଣ୍ଡଗିରି ତପୋବନ ବସ୍ତିରୁ ୩ ଜଣ, ବରଗଡ଼ ବ୍ରିଟ୍ କଲୋନିରୁ ୩ ଜଣ ଏବଂ ୟୁନିଟ୍-୧ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ଵରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୭ରେ ପହଞ୍ଚିଛି। ସେଥିମଧ୍ୟରୁ ୧୯୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧୨୫୪ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଏଥିସହ ୧୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment