ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ତଣ୍ତାହର, ଉଦୟକଣି, କଟକଣା ଗ୍ରାମ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଯାଇଛି। ଫଳରେ ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ତେବେ କେଳୁଣି ମୁହାଣରେ ବାଲି ପୋତି ହୋଇ ଯିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି। ମୁହାଣ ବନ୍ଦ ଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ତେବେ ଏହା ପ୍ରଥମ ଥର ନୁହେଁ ପ୍ରତିବର୍ଷ ଏହିଭଳି ସମସ୍ୟା ସୃଷ୍ଟି ହେଉଛି। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ।

ଅନ୍ୟପଟେ ଶିଶୁଅ ପଞ୍ଚାୟତର ପ୍ରାୟ ଅଧାରୁ ଅଧିକ ଚାଷ ଜମି ପାଣିରେ ବୁଡ଼ି ରହିଛି । ଜମିରେ ଏଭଳି ପାଣି ରହିଲେ ଧାନ ସବୁ ପଚି ଯିବାର ଆଶଙ୍କା ରହିଛି।

ତେବେ ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଲୋକେ  ଦାବି କରିଛନ୍ତି।

Comment