ଓଡ଼ିଶାଲାଇଭ୍‌ ବ୍ୟୁରୋjagannath

ଖୁବଶୀଘ୍ର  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି ଭକ୍ତ। ଭାବୁଛନ୍ତି କରୋନା ସମୟରେ ଏହା କିପରି ସମ୍ଭବ? ତେବେ ଏହା ଅନଲାଇନ ମାଧ୍ୟମରେ ସମ୍ଭବ। ଶ୍ରୀମନ୍ଦିରରେ ଅନଲାଇନ ଦର୍ଶନ ପାଇଁ ବିଚାରବିମର୍ଶ ଚାଲିଛି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି।

‘‘ଅନଲାଇନ ଦର୍ଶନ ପାଇଁ ଏବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଚାଲିଛି, ଶୀଘ୍ର ନିଷ୍ପତ୍ତି ନିଆଯିବ। ନିଷ୍ପତ୍ତି ଚୂଡ଼ାନ୍ତ ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରିଦିଆ ଯିବ’’, କହିଛନ୍ତି ରାମଚନ୍ଦ୍ର ଦାସମହାପାତ୍ର।

ଯଦି ଏହି ନିଷ୍ପତ୍ତି ଚୂଡ଼ାନ୍ତ ହେଲା ତେବେ ପରିଚୟପତ୍ର  ଓ ତଥ୍ୟ ଦେଇ ଭକ୍ତ ଅନଲାଇନରେ ବୁକିଂ କରିପାରିବେ। ଏହାପରେ କେଉଁ ଦିନ, କେଉଁ ସମୟରେ ଦର୍ଶନ ସୁବିଧା ମିଳିବ ତାହା ଜଣାଇ ଦିଆଯିବ। ଯୋଜନା ସଫଳ ହେଲେ ପ୍ରଥମେ ପୁରୀବାସୀ ଓ ତାପରେ ଅନ୍ୟ ଜିଲ୍ଲାବାସୀଙ୍କୁ ଏହି ସୁବଧା ମିଳିବ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ଦିନରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି। ଏମିତିକ ଏବର୍ଷ ରଥଯାତ୍ରା ମଧ୍ୟ ବିନା ଭକ୍ତରେ ହୋଇଥିଲା।

Comment