ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର କରୋନା ଉପକରଣ କିଣାରେ ବ୍ୟାପକ ଦୁର୍ନୀତି କରିଛନ୍ତି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବାଚସ୍ପତି ତୁରନ୍ତ ବିଧାନସଭା ଅଧିବେଶନ ଡାକନ୍ତୁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି।

‘‘ବିଧାନସଭାର ମୌସୁମୀ ଅଧିବେଶନ ତୁରନ୍ତ ଡାକିବାକୁ ଗତ ଦୁଇ ଦିନ ତଳେ ଆମେ ବାଚସ୍ପତିଙ୍କୁ ଭେଟି ଅନୁରୋଧ କରିଥିଲୁ। ଓଡ଼ିଶା ବିଧାନସଭାର ନିୟମ ଅନୁଯାୟୀ ଗୋଟିଏ ଅଧିବେଶନ ଶେଷ ହେବାର ୬ ମାସ ଭିତରେ ଆଉ ଗୋଟିଏ ଅଧିବେଶନ ଡାକିବା କଥା। ମାର୍ଚ୍ଚ ୩୦ ତାରିଖ ପରଠୁ ଆଉ ଅଧିବେଶନ ବସି ନାହିଁ। କରୋନା ପାଇଁ ଅଧିବେଶନ ବନ୍ଦ ରହିଥିଲା। ଏଣୁ ବାଚସ୍ପତି ବିଧାନସଭାର ମୌସୁମୀ ଅଧିବେଶନ ଡାକନ୍ତୁ’’, କହିଛନ୍ତି ସନ୍ତୋଷ ସିଂ ସାଲୁଜା।

ବିଧାନସଭା ଅଧିବେଶନରେ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସମ୍ପର୍କରେ ଆଲୋଚନା କରାଯିବ। କରୋନା ସଙ୍କଟ କାଳରେ ରାଜ୍ୟ ସରକାର ଯେଉଁସବୁ ଦୁର୍ନୀତି କରିଛନ୍ତି ତାର ଖୁଲାସା କରାଯିବ।

Comment