ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦ ସମାଧାନ କରିବାକୁ ଯାଇ ପୋଲିସକୁ ହଟହଟା ହେବାକୁ ପଡ଼ିଛି। ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ରେଢୁଆ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ରେଢୁଆ ଗାଁରେ ଥିବା ଏକ ହନୁମାନ ମନ୍ଦିରକୁ ନେଇ ଗାଁର ୨ ଗୋଷ୍ଠୀଙ୍କୁ ମଧ୍ୟରେ ବିବାଦ ହୋଇଥିଲା। ଏନେଇ ଗାଁ ଲୋକେ ଗୋପ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗର ୫ ଦିନ ପରେ ଗୁରୁବାର ବଳିମ୍ବିତ ରାତିରେ ଗାଁକୁ ପୋଲିସ ଆସି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଏହାକୁ ନେଇ ଗାଁ ଲୋକ ତାତିଥିଲେ।

ଶତାଧିକ ମହିଳା ଏକତ୍ରିତ ହୋଇ ପୋଲିସକୁ ଅଟକ ରଖିଥିଲେ। ଏହି ଘଟଣା ପରେ ଜଣେ ପୋଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଗାଁ ଲୋକ ପୋଲିସକୁ ଛାଡ଼ିଥିଲେ।

Comment