ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ଏଠାରେ ୪୦ ଜଣ ରୋଗୀ ଏବଂ ୧୦ ଜଣ ମେଡିକାଲ କର୍ମଚାରୀ ଥିଲେ।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପରବାର ୫୦ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ନେଇ ଘୋଷଣା କରିଛନ୍ତି।

ରିପୋର୍ଟ  ଅନୁସାରେ ବିଜୟଓ୍ୱାଡାର ଏକ ହୋଟେଲକୁ  କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା। ତେବେ ଏଠାରେ କିପରି ନିଆଁ ଲାଗିଲା ଜାହା ଜଣାପଡ଼ିନି।

Comment