ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁ ପୂଜା ପର୍ବ ଭଳି ଏ ବର୍ଷ ଗଣେଶ ପୂଜା କରୋନାରେ ଫିକା ପଡ଼ିବ। ଏମିତିକି କଟକ, ଭୁବନେଶ୍ୱରରେ କୌଣସି ବି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ। ଏନେଇ କମିସନରେଟ ପୋଲିସ ଟୁଇଟ ଯୋଗେ ସୂଚନା ଦେଇଛି।

ମଣ୍ଡପରେ ପୂଜା ହେଲେ ଯାହା ବି ଲୋକେ ଏକତ୍ରିତ ହେବେ। କରୋନା ପାଇଁ ଧର୍ମୀୟ ସମାବେଶକୁ ମନା ଥିବାରୁ ଗଣେଶ ପୂଜାକୁ ମନା କରାଯାଇଛି। ଟୁଇନ ସିଟିରେ ଗଣେଶ ପୂଜାକୁ ମନା କରାଯାଇଥିବାରୁ ଲୋକେ ନିରାଶ ହୋଇଛନ୍ତି।

କଟକ, ଭୁବନେଶ୍ୱରରେ ପ୍ରତି ବର୍ଷ ଗଣେଶ ଚତୁର୍ଥୀରେ ଧୁମଧାମରେ ଗଣିପତିଙ୍କ ପୂଜା ଅର୍ଚ୍ଚନା କରାଯାଏ। ସ୍ଥାନେ ସ୍ଥାନେ ଗଣପତିଙ୍କର ଭିନ୍ନ ଭିନ୍ନ ଗଣେଶ ମୂର୍ତ୍ତି ପୂଜା ହୁଏ।

Comment