ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଘଟଣାକୁ ନେଇ ବାରମ୍ବାର ବିଜେପି ଓ ଆରଏସ୍ଏସ୍ ଉପରେ ବର୍ଷୁଥିବା ରାହୁଲ ଗାନ୍ଧୀ ଏବେ ଆଉ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଫେସବୁକ ଓ ହ୍ୱାଟ୍ସଆପ୍ ଜରିଆରେ ବିଜେପି ଓ ଆରଏସ୍ଏସ୍ ମିଥ୍ୟା ଖବର ପ୍ରଚାର କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ରାହୁଲ ଟୁଇଟରରେ ଏନେଇ ସୂଚନା ଦେଇଛନ୍ତି। ଆମେରିକାର ‘ଦ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ପ୍ରକାଶିତ ଏକ ରିପୋର୍ଟକୁ ସେଆର କରିବା ସହ ସେ ଲେଖିଛନ୍ତି ଯେ, ବିଜେପ ଓ ଆରଏସ୍ଏସ୍ ଫେସବୁକ ଓ ହ୍ୱାଟ୍ସଆପକୁ ନିୟନ୍ତ୍ରଣ କରୁଛନ୍ତି। ଏହା ଜରିଆରେ ସେମାନେ ମିଥ୍ୟା ଖବର ପ୍ରଚାର କରିବା ସହିତ ଭୋଟରମାନଙ୍କୁ ମଧ୍ୟ ପ୍ରଭାବିତ କରୁଛନ୍ତି ବୋଲି ରାହୁଲ ଲେଖିଛନ୍ତି।BGUରାହୁଲଙ୍କ ଏପରି ମନ୍ତବ୍ୟ ପରେ ସାମନାକୁ ଆସିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। ସେ ମଧ୍ୟ ଟୁଇଟର ଜରିଆରେ ରାହୁଲଙ୍କୁ ଜବାବ୍ ଦେଇଛନ୍ତି। ସେ ଟୁଇଟରରେ ଲେଖିଛନ୍ତି, ଯେଉଁ ଲୋକମାନେ ନିଜ ଲୋକଙ୍କୁ ପ୍ରଭାବିତ କରିପାରୁନାହାନ୍ତି ସେମାନେ ହିଁ ଏଭଳି ଅଭିଯୋଗ ଆଣୁଛନ୍ତି ଯେ ସାରା ବିଶ୍ୱକୁ ବିଜେପି ଓ ଆରଏସ୍ଏସ୍ ପ୍ରଭାବିତ କରୁଛନ୍ତି। ଏଥିସହ କେମ୍ବ୍ରିଜ ଆନାଲିଟିକା ଓ ଫେସବୁକ ସହ ତାଙ୍କର କିଭଳି ବୁଝାମଣା ରହିଥିଲା ତାହା ସମସ୍ତେ ଜାଣିଛନ୍ତି ବୋଲି ରବିଶଙ୍କର ଲେଖିଛନ୍ତି।

Comment