ଓଡିଶାଲାଇଭ୍ ବ୍ୟୁରୋ

supremecourt

ପିଏମ କେୟାର୍ସ ଅଧୀନରେ ସଂଗୃହୀତ ଅର୍ଥ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବା ଏନଡିଆରଏଫକୁ ଟ୍ରାନ୍ସଫର କରିବା ବାଧ୍ୟତାମୂଳକ ନୁହେଁ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପିଏମ କେୟାର୍ସରେ ସଂଗୃହୀତ ଟଙ୍କା ସମ୍ପୂର୍ଣ୍ଣ ଅଲଗା। କାରଣ ଏସବୁ ଲୋକେ ଦାନ ସୂତ୍ରରେ ଦେଇଛନ୍ତି। ପିଏମ କେୟାର୍ସରେ ସଂଗୃହୀତ ଟଙ୍କା କରୋନା ମୁକାବିଲା ପାଇଁ ଆଦାୟ ହୋଇଛି। ସୁପ୍ରିମ କୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି।

ଏକ ଏନଜିଓ ପିଏମ କେୟାର୍ସ ପାଣ୍ଠିକୁ ଏନଡିଆରଏଫକୁ ଟ୍ରାନ୍ସଫର କରିଦେବା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା। ସମ୍ପୃକ୍ତ ଏନଜିଓ ଅଭିଯୋଗ କରିଥିଲା ଯେ, ପିଏମ କେୟାର୍ସ ପାଣ୍ଠି ବିପର୍ଯ୍ୟୟ ପ୍ରଶମନ ଆଇନର ଉଲ୍ଲଂଘନ କରୁଛି। ତେଣୁ ଏହି ପାଣ୍ଠିର ଅର୍ଥ ଏନଡିଆରଏଫକୁ ଟ୍ରାନ୍ସଫର କରିଦିଆଯାଉ। ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡି, ଏମଆର ସାହଙ୍କ ମିଳିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସୁପ୍ରିମ କୋର୍ଟଙ୍କ ଏହି ରାୟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ୍ କରିଛନ୍ତି ଯେ, ସୁପ୍ରିମକୋର୍ଟ ପିଏମ୍ କେୟାର୍ସର ବୈଧତାକୁ କାଏମ ରଖିଛନ୍ତି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ପିଏମ କେୟାର୍ସର ବୈଧତା ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ ଥିବା ବେଳେ ଏହାର ଆବଶ୍ୟକତାକୁ ନେଇ ମଧ୍ୟ ଆପତ୍ତି ଉଠାଇଥିଲେ। ତେବେ କେନ୍ଦ୍ର ସରକାର ପିଏମ କେୟାର୍ସ ସପକ୍ଷରେ ସବୁ ବେଳେ ଯୁକ୍ତି ଦର୍ଶାଇଆସୁଥିଲେ।

BGU

କେନ୍ଦ୍ର ସରକାରଙ୍କ ଯୁକ୍ତି ଅନୁସାରେ, ପିଏମ୍ କେୟାର୍ସ ପାଣ୍ଠି ଏକ ସ୍ୱେଚ୍ଛାକୃତ ଅନୁଦାନରେ ପରିଚାଳିତ ପାଣ୍ଠି। କିନ୍ତୁ ଏନଡିଆରଏଫ୍ ପାଇଁ ବଜେଟରେ ଅର୍ଥବ୍ୟବସ୍ଥା ହୋଇଥାଏ। ତେବେ ଗୋଟିଏ ପାଣ୍ଠି ଥିଲେ ମଧ୍ୟ ଆଉ ଗୋଟିଏ ପାଣ୍ଠି ସୃଷ୍ଟିରେ କିଛି ଅସୁବିଧା ନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ।

Comment