ଓଡ଼ିଶାଲାଇଭ୍ ବ୍ୟୁରୋ

ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ଵରରେ ଆସନ୍ତା ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦୁଇଟି ସହରରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଦୁଇ ସହର ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କଟକ ଏବଂ ଭୁବନେଶ୍ଵର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବ। ଯାହାର ପ୍ରଭାବରେ କଟକ ଏବଂ ଭୁବନେଶ୍ଵରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି।BGU

ଆଜି ସକାଳ ସୁଦ୍ଧା ଟୁଇନ୍ ସିଟିରୁ ୪୦ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷେ ଜଳ ନିଷ୍କାସନ କ୍ଷେତ୍ରରେ ଦୁଇ ସହରର ଡ୍ରେନ୍‌ଗୁଡ଼ିକ ଦୁର୍ବଳ ରହିଛି। ଏଣୁ ପ୍ରଶାସନକୁ ଆଗୁଆ ସତର୍କ ରହିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ସେହିପରି ରାତି ସମୟରେ ଅଧିକ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

Comment