ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳରେ ଶତ ପ୍ରତିଶତ ରେଜଲ୍ଟ କରିଛି କିସ୍। କିସ୍‍ର ୩୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୮ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍‍ର ଛାତ୍ର ସାଗର ଓରାମ ସର୍ବାଧିକ ୯୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି।

ସେହିପରି ଚଳିତବର୍ଷ ୧୦ ଜଣ ଜନଜାତି ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‍ କରିଛନ୍ତି। ଅପରେପକ୍ଷେ ଜାତୀୟସ୍ତରରେ ଖେଳୁଥିବା କିସ୍‌ବିତ୍‌ମାନଙ୍କୁ ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷାରେ ବିପୁଳ ସଫଳତା ମିଳିଛି।

କିସ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। “ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ସେମାନଙ୍କୁ ଏହି ସଫଳତା ଆଣି ଦେଇଛି”, କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

BGUଚଳିତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ପାସହାର ୭୪.୯୫ ପ୍ରତିଶତ ରହିଛି। ଏବର୍ଷ ରାଜ୍ୟରେ ମୋଟ ୨୫,୭୭୨ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ଭିତରୁ ୧୯,୩୧୮ ଜଣ ପିଲା ପାସ୍ କରିଛନ୍ତି। ୬୬୧୦ ଜଣ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୪୨୫୯ ପିଲା ଦ୍ୱିତୀୟ ଶ୍ରେଣୀ ଓ ୮୩୬୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଜିଲ୍ଲା ସ୍ତରରେ ବିଚାର କଲେ ଏଥର ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ (୮୮.୧୭) ରହିଛି ଏବଂ ଦେବଗଡ଼ ଜିଲ୍ଲାରେ ପାସ୍ ହାର(୩୪.୧୭) ସର୍ବନିମ୍ନ ରହିଛି।

Comment