ଓଡିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଫିଲ୍ମ ଏବଂ ଟିଭି ସୁଟିଂ ପାଇଁ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର(ଏସ୍‌ଓପି) ଜାରି କରିଛି। ସୁଟିଂ ସମୟରେ କେଉଁ ସବୁ କଟକଣା ଓ ସତର୍କତା ମାନିବାକୁ ହେବ ସେ ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ରବିବାର ସୂଚନା ଦେଇଛନ୍ତି।

ସୁଟିଂ ସମୟରେ ମାସ୍କ ଓ ସାନିଟାଇଜର୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ସମୟରେ ଫିଲ୍ମ ଏବଂ ଟିଭି ସିରିୟଲର ସୁଟିଂ ହୋଇପାରିବ ବୋଲି ଜାଭେଦକର କହିଛନ୍ତି। ତେବେ ଏଥିପାଇଁ କ୍ର୍ୟୁ ମେମ୍ବରମାନଙ୍କୁ ସାମାଜିକ ଦୂରତା ମାନିବାକୁ ହେବ। ଏଥିସହ ବାଧ୍ୟତାମୂଳକ ଭାବେ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ ପଡ଼ିବ। କେବଳ କ୍ୟାମେରା ସାମ୍ନାରେ ଥିବା ବେଳେ କଳାକାରମାନେ ମାସ୍କ ବ୍ୟବହାର କରିବେନି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।BGUଫିଲ୍ମ ଓ ଟିଭି ସୁଟିଂ ପାଇଁ ଜାରି ହୋଇଥିବା ଏହି ଏସ୍‌ଓପି କଳାକାର ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରିବ ବୋରି ଜାଭେଦକର କହିଛନ୍ତି। ଏସ୍‌ଓପିରେ ସାମାଜିକ ଦୂରତ୍ଵ, ଫେସ୍ ମାସ୍କ, ଆରୋଗ୍ୟ ସେତୁ ଆପ୍‌ର ବ୍ୟବହାର, ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ଆଦି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସୁଟିଂ, କ୍ୟାଟେରିଂ, କ୍ୟାମେରା ଲୋକେସନ୍ ଆଦିରେ ଦୂରତ୍ଵ ବଜାୟ ରଖିବାକୁ କୁହାଯାଇଛି। ତେବେ ଏହି ଏସ୍‌ଓପିରେ ସୁଟିଂ ସେଟ୍‌କୁ ଦର୍ଶକଙ୍କ ପ୍ରବେଶକୁ ବାରଣ କରାଯାଇଛି।

Comment