ଓଡ଼ିଶାଲାଇଭ୍ ବ୍ୟୁରୋ

୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି। ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକୁ ଏହି ଜାତୀୟ ପୁରସ୍କାରରେ ସାମିଲ କରାଯାଇଛି। ଏଥର ଭିକି କୌଶଲଙ୍କ ଅଭିନୀତ ‘ସର୍ଦ୍ଦାର ଉଦ୍ଦମ’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି। ସେହିପରି ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛି।

ଅଲ୍ଲୁ ଅର୍ଜୁନଙ୍କୁ ‘ପୁଷ୍ପା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହିପରି ଆଲିଆ ଭଟ୍ଟଙ୍କୁ ‘ଗଙ୍ଗୁବାଇ କାଥିଆୱାଡ଼ି’ ଏବଂ କ୍ରିତି ସାନନଙ୍କୁ ‘ମିମି’ ଫିଲ୍ମ ପାଇଁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

ଜାତୀୟ ଫିଲ୍ମ ପୁରସ୍କାରର ଜୁରୀ ଚେୟାରମ୍ୟାନ କେତନ ମେହେତା ଏହି ପୁରସ୍କାର ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା, କାହାକୁ କେଉଁ ଫିଲ୍ମ ପାଇଁ ମିଳିଛି ଜାତୀୟ ପୁରସ୍କାର।

  • ଶ୍ରେଷ୍ଠ ପିଚର ପିଲ୍ମ – ରୋକେଟେରି: ଦ ନାମ୍ବି ଇଫେକ୍ଟ
  • ଶ୍ରେଷ୍ଠ ପପୁଲାର ଫିଲ୍ମ – ଆରଆରଆର୍
  • ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର – ଗାନ୍ଧୀ ଆଣ୍ଡ କୋ
  • ଜୁରି ସ୍ପେଶାଲ ଫିଲ୍ମ – ଶେରଶାହ
  • ଶ୍ରେଷ୍ଠ ନିର୍ଦେଶକ – ନିଖିଲ ମହାଜନ (ମରାଠି ଫିଲ୍ମ ‘ଗୋଦାବରୀ’)
  • ଶ୍ରେଷ୍ଠ ସହ ଅଭିନେତା – ପଙ୍କଜ ତ୍ରିପାଠୀ (ଫିଲ୍ମ – ମିମି)
  • ଶ୍ରେଷ୍ଠ ସହ ଅଭିନେତ୍ରୀ – ପଲ୍ଲବୀ ଯୋଶୀ (ଫିଲ୍ମ – ‘ଦ କାଶ୍ମୀର ଫାଇଲ୍ସ’)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ – ଦେବୀ ଶ୍ରୀପ୍ରସାଦ (ଫିଲ୍ମ – ‘ପୁଷ୍ପା’)

  • ଶ୍ରେଷ୍ଠ ପୁରଷ କଣ୍ଠଶିଳ୍ପୀ – କାଳ ଭୈରବ (ଗୀତ – ‘କୁମରମ ଭିମୁଡୋ’, ଫିଲ୍ମ – ଆରଆରଆର୍)
  • ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ – ଶ୍ରେୟା ଘୋଷାଲ (ଗୀତ – ମାୟାଭ ଚୟାଭା, ଫିଲ୍ମ – ଇରଭିନ ନିଜଲ୍)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶନା (ବିଜିଏମ) – ଏମଏମ କିରାଭନୀ (ଫିଲ୍ମ – ଆରଆରଆର୍)
  • ଶେଷ୍ଠ ଏଡିଟିଂ – ସଞ୍ଜୟ ଲୀଲା ଭଂସାଲୀ (ଫିଲ୍ମ – ଗଙ୍ଗୁବାଇ କାଥିଆୱାଡ଼ି)
  • ଶ୍ରେଷ୍ଠ ଡାଏଲଗ୍‌ – ଉତ୍କର୍ଷିନୀ ବଶିଷ୍ଠା ଏବଂ ପ୍ରକାଶ କାପାଡିଆ (ଫିଲ୍ମ – ଗଙ୍ଗୁବାଇ କାଥିଆୱାଡ଼ି)
  • ଶ୍ରେଷ୍ଠ ସ୍କ୍ରିନ ପ୍ଲେ – ସଞ୍ଜୟ ଲୀଲା ଭଂସାଲୀ ଏବଂ ଉତ୍କର୍ଷିନୀ ବଶିଷ୍ଠା (ଫିଲ୍ମ – ଗଙ୍ଗୁବାଇ କାଥିଆୱାଡ଼ି)

Tags: #NationalFilmAwards #BestFilms #BestActors #I&Bministry #India

 

Comment