ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ଏଠାରେ ‘ପୁଷ୍ପା’ ଚଳଚ୍ଚିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।  ସେହିପରି ଆଲିଆ ଭଟ୍ଟଙ୍କୁ ‘ଗଙ୍ଗୁବାଇ କାଥିଆୱାଡ଼ି’ ଏବଂ କ୍ରୀତି ସାନନଙ୍କୁ ‘ମିମି’ ଫିଲ୍ମ ପାଇଁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।   

ଏହି କାର୍ଯ୍ୟକ୍ରମରେ ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଥିଲେ।

ସେହିପରି ବିଶିଷ୍ଟ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଏହି କାର୍ଯ୍ୟକ୍ରମରେ ଦାଦା ସାହେବ୍ ଫାଲକେ ପୁରସ୍କାର ମିଳିଛି। ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକୁ ଏହି ଜାତୀୟ ପୁରସ୍କାରରେ ସାମିଲ କରାଯାଇଛି। ଏଥିପାଇଁ ଗତ ଅଗଷ୍ଟ ୨୪ ତାରିଖରେ ବିଜେତାଙ୍କ ନାମ ଘୋଷଣା ହୋଇଥିଲା। ଆସନ୍ତୁ ଜାଣିବା, କାହାକୁ କେଉଁ ଫିଲ୍ମ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

  • ଶ୍ରେଷ୍ଠ ଫିଚର ପିଲ୍ମ – ରୋକେଟେରି: ଦ ନାମ୍ବି ଇଫେକ୍ଟ
  • ଶ୍ରେଷ୍ଠ ପପୁଲାର ଫିଲ୍ମ – ଆରଆରଆର୍
  • ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର – ଗାନ୍ଧୀ ଆଣ୍ଡ କୋ
  • ଜୁରି ସ୍ପେଶାଲ ଫିଲ୍ମ – ଶେରଶାହ
  • ଶ୍ରେଷ୍ଠ ନିର୍ଦେଶକ – ନିଖିଲ ମହାଜନ (ମରାଠି ଫିଲ୍ମ ‘ଗୋଦାବରୀ’)
  • ଶ୍ରେଷ୍ଠ ସହ ଅଭିନେତା – ପଙ୍କଜ ତ୍ରିପାଠୀ (ଫିଲ୍ମ – ମିମି)
  • ଶ୍ରେଷ୍ଠ ସହ ଅଭିନେତ୍ରୀ – ପଲ୍ଲବୀ ଯୋଶୀ (ଫିଲ୍ମ – ‘ଦ କାଶ୍ମୀର ଫାଇଲ୍ସ’)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ – ଦେବୀ ଶ୍ରୀପ୍ରସାଦ (ଫିଲ୍ମ – ‘ପୁଷ୍ପା’)
  • ଶ୍ରେଷ୍ଠ ପୁରଷ କଣ୍ଠଶିଳ୍ପୀ – କାଳ ଭୈରବ (ଗୀତ – ‘କୁମରମ ଭିମୁଡୋ’, ଫିଲ୍ମ – ଆରଆରଆର୍)
  • ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ – ଶ୍ରେୟା ଘୋଷାଲ (ଗୀତ – ମାୟାଭ ଚୟାଭା, ଫିଲ୍ମ – ଇରଭିନ ନିଜଲ୍)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶନା (ବିଜିଏମ) – ଏମଏମ କିରାଭନୀ (ଫିଲ୍ମ – ଆରଆରଆର୍)
  • ଶେଷ୍ଠ ଏଡିଟିଂ – ସଞ୍ଜୟ ଲୀଲା ଭଂସାଲୀ (ଫିଲ୍ମ – ଗଙ୍ଗୁବାଇ କାଥିଆୱାଡ଼ି)
  • ଶ୍ରେଷ୍ଠ ଡାଏଲଗ୍‌ – ଉତ୍କର୍ଷିନୀ ବଶିଷ୍ଠା ଏବଂ ପ୍ରକାଶ କାପାଡିଆ (ଫିଲ୍ମ – ଗଙ୍ଗୁବାଇ କାଥିଆୱାଡ଼ି)
  • ଶ୍ରେଷ୍ଠ ସ୍କ୍ରିନ ପ୍ଲେ – ସଞ୍ଜୟ ଲୀଲା ଭଂସାଲୀ ଏବଂ ଉତ୍କର୍ଷିନୀ ବଶିଷ୍ଠା (ଫିଲ୍ମ – ଗଙ୍ଗୁବାଇ କାଥିଆୱାଡ଼ି)

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ ମୁରୁଗନ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଅପୂର୍ବ ଚନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଅନେକ କଳାକାର ଏବଂ ସିନେମା ଜଗତ ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #NationalFilmAwards #BestFilms #BestActors #I&Bministry #India

Comment