ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ କୋଭିଡ୍ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଉଦ୍ୟମ କରାଯାଉଛି। ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟରୁ ପଜିଟିଭ କେସ୍ ବାହାରିବା ପରେ ଅଫିସକୁ ୪ ଦିନ ପାଇଁ କଣ୍ଟେନମେଣ୍ଟ କରାଯାଇଛି।

ରଣପୁର ସିଭିଲ୍ କୋର୍ଟ କ୍ୟାମ୍ପସ୍ ସାନିଟାଇଜ୍ କରିବା ଉଦ୍ଦେଶ୍ୟରେ କୋର୍ଟ ପରିସର ୩ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା କୋଭିଡ୍ -୧୯, ଅଧିକାରୀ ଡକ୍ଟର ପୋମା ଟୁଡ଼ୁ ଏହି ସବୁ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି।

ଅନ୍ୟପକ୍ଷେ, ଦଶପଲ୍ଲା ବ୍ଲକ ବନ୍ଧୁଗାଁ ଦଳିତ ସାହି, ଦଶପଲ୍ଲା ଏନଏସି ୩ ନମ୍ବର ଓ୍ୱାର୍ଡ ମାଳିସହି ଏବଂ  ଓଡ଼ଗାଁ ବ୍ଲକ ଗୋଡିପଡ଼ା ଅଞ୍ଚଳକୁ କଣ୍ଟେନମେଣ୍ଟ ମୁକ୍ତ କରାଯାଇଥିବା ସୂଚନା ମିଳିଛି।

Comment