ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ କୋରିଆନ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଏଲଜି ଲଞ୍ଚ୍ କରିବ Q୯୨, ୫-ଜି  ସ୍ମାର୍ଟଫୋନ୍। ହ୍ୱାଇଟ୍, ବ୍ଲୁ ଓ ରେଡ୍ ଭଳି ତିନୋଟି କଲର୍ ଭାରିଏଣ୍ଟରେ ଲଞ୍ଚ୍ ହେବାକୁ ଥିବା ଏହି ସ୍ମାର୍ଟଫୋନର ଦାମ୍ ଭାରତୀୟ ଟଙ୍କାରେ ରହିଛି ୩୧,୩୯୦ ଟଙ୍କା। ସାଉଥ୍ କୋରିଆରେ ଏହି ସ୍ମାର୍ଟଫୋନକୁ ଅଗଷ୍ଟ ୨୬ରେ ଲଞ୍ଚ କରାଯିବା ନେଇ କମ୍ପାନି ପକ୍ଷରୁ ସୂଚନା ମିଳିଛି।

ଜାଣନ୍ତୁ କଣ ରହିଛି ଫିଚର୍ ?

୬.୬୭ ଇଞ୍ଚର ପଞ୍ଚହୋଲ୍ ଡିସପ୍ଲେ ସହିତ ଏଲଜି Q୯୨ ସ୍ମାର୍ଟଫୋନରେ ରହିଛି ୧୦୮୦×୨୪୦୦ ପିକ୍ସେଲ୍ ସ୍କ୍ରିନ୍ ରିଜଲ୍ୟୁସନ୍। ଏଥିରେ ଅକ୍ଟାକୋର୍ କ୍ୱାଲକମ୍ ସ୍ନାପଡ୍ରାଗନ ୭୨୦-ଜି ପ୍ରୋସେସର ରହିଛି। ଆଣ୍ଡ୍ରଏଡ୍ ୧୦ ଅପରେଟିଂ ସିଷ୍ଟମ ସହିତ ଏଥିରେ ଦୁଇଟି ସିମ ପଡିବା ପାଇଁ ସୁବିଧା ରହିଛି। ତା’ ସହିତ ଏଥିରେ ରହିଛି ୬ଜିବି ରାମ ଓ ୧୨୮ ଏଲଜି ଜିବି ଷ୍ଟୋରେଜ ସିଷ୍ଟମ, ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ୨ଟିବି ପର୍ଯ୍ୟନ୍ତ ବଢାଯାଇ ପାରିବ। BGUଏଥିରେ ୪୮ ମେଗାପିକ୍ସେଲ ମୁଖ୍ୟ କ୍ୟାମେରା ସହ ଏଲଇଡି ଫ୍ଲାସ୍, ୮ମେଗାପିକ୍ସେଲ ଅଲଟ୍ରା ୱାଇଡ୍ କ୍ୟମେରା, ୫ ମେଗାପିକ୍ସେଲ ଡେଫଥ୍ ସେନ୍ସର କ୍ୟାମେରା ଓ ୨ ମେଗାପିକ୍ସେଲ ବିଶିଷ୍ଟ ମାକ୍ରୋ ଲେନ୍ସ ସହ ମୋଟ ଚାରିଗୋଟି କ୍ୟାମେରା ରହିଛି। ଏଥିରେ ୩୮ ମେଗାପିକ୍ସେଲ ସେଲଫି ସୁଟର କ୍ୟାମେରା ଆଗ ପାଖରେ ଦିଆଯାଇଛି। ଫୋନ୍ ସିକ୍ୟୁରିଟି ଦୃଷ୍ଟିରୁ ଏଥିରେ ରହିଛି ସାଇଡ୍ ମାଉଣ୍ଟ ଫିଙ୍ଗର ପ୍ରିଣ୍ଟ ସେନସର, ଯାହାକି ମିଲିଟାରୀ ଗ୍ରେଡ୍ ସାର୍ଟିଫିକେସନ୍ ହାସଲ କରିଛି। ବ୍ୟାଟେରୀ ବ୍ୟାକଅପ୍ ପାଇଁ ଏଥିରେ ୪୦୦୦ ଏମଏଏଚ ବ୍ୟାଟେରୀ ମଧ୍ୟ ଦିଆଯାଇଛି।

Comment