ଓଡ଼ିଶାଲାଇଭ୍ ବ୍ୟୁରୋ

ପୋକୋ (Poco) କମ୍ପାନି ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ ପୋକୋ ଏମ୍୨କୁ ଲଞ୍ଚ୍ କରିଦେଇଛି। ଯାହାକି କମ୍ପାନିର ପୁରୁଣା ପୋକୋ ଏମ୍୨ ପ୍ରୋ’ର ଆଉ ଏକ ଭର୍ସନ।

ପୋକୋ ଏମ୍୨ ଦମଦାର ଫିଚର୍ ସହ ଭାରତରେ ଲଞ୍ଚ କରିଛି। ଏଥିରେ ଅକ୍ଟୋ-କୋର ପ୍ରୋସେସର ରହିବା ସହିତ, କ୍ୱାଡ୍ ରିୟର କ୍ୟାମେରା ଓ ଲମ୍ବା ବ୍ୟାଟେରୀ ରଖୁଥିବା ଭଳି ଫିଚର ସାମିଲ ଅଛି। ଏଥିସହ ଏହା ଦୁଇଟି କଲର୍ ଭାରିଏଣ୍ଟରେ ଗ୍ରାହକମାନଙ୍କୁ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ପୋକୋ ଏମ୍୨ର ବିକ୍ରି ସେପ୍ଟେମ୍ବର ୧୫ ତାରିଖରୁ ଫ୍ଲିପକାର୍ଟରେ ଆରମ୍ଭ ହେବ। ଗ୍ରାହକମାନେ ଅନଲାଇନ୍ ଜରିଆରେ ଏହାର ଅର୍ଡର କରିପାରିବେ।BGUଦାମ ମାତ୍ର ୧୦,୯୯୯ ଟଙ୍କା

ପୋକୋ ଏମ୍୨ ଫୋନ୍ ଦୁଇଟି ରାମ୍ ଭର୍ସନରେ ଉପଲବ୍ଧ ହେବ। ୬ ଜିବି ରାମ୍ + ୬୪ ଜିବି ଇଣ୍ଟରନାଲ୍ ମେମୋରୀ ଥିବା ଫୋନର ଦାମ ୧୦,୯୯୯ ଟଙ୍କା ରହିଛି। ସେହିପରି ୬ ଜିବି ରାମ୍ + ୧୨୮ ଜିବି ଇଣ୍ଟରନାଲ୍ ମେମୋରୀ ଥିବା ଫୋନର ଦାମ କମ୍ପାନି ୧୨,୪୯୯ ଟଙ୍କା ରଖିଛି।

ପୋକୋ ଏମ୍୨ ଫୋନରେ ଗ୍ରାହକମାନେ ୬.୫୩ ଇଞ୍ଚର ଦମଦାର ଫୁଲ୍ ଏଚଡି ଡିସପ୍ଲେ ରହିଥିବା ସୂଚନା ମିଳିଛି। ଏଥିସହ ଏଥିରେ ୧୩ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସହିତ ୮ ମେଗାପିକ୍ସେଲର ଅଲଟ୍ରା-ୱାଇଡ୍ ଆଙ୍ଗେଲ୍ ଲେନ୍ସ କ୍ୟାମେରା ରହିବ। ତା’ସହିତ ମୋବାଇଲରେ ୫ ମେଗାପିକ୍ସେଲର ମାଇକ୍ରୋ ଲେନ୍ସ ଓ ୨ ମେଗାପିକ୍ସେଲର ଡିପଥ୍ ସେନସର୍ କ୍ୟାମେରା ଦିଆଯାଇଛି। ସେଲଫି ଫଟୋ ଉଠାଇବା ପାଇଁ ପୋକୋ ଏମ୍୨ ଫୋନରେ ୮ ମେଗାପିକ୍ସେଲର କ୍ୟାମେରା ରହିଛି।

Comment