ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୪ ତାରିଖରେ ଲଞ୍ଚ୍ ହେବାକୁ ଯାଉଛି POCO M3 ସ୍ମାର୍ଟଫୋନ୍। ଏନେଇ କମ୍ପାନି ମଧ୍ୟ ଟିଜର ରିଲିଜ୍ କରି ଏନେଇ ସୂଚନା ଦେଇଥିଲା।ହେଲେ ଏହାର କିଛି ଦିନ ପୂର୍ବରୁ ଫୋନର ସ୍ପେଶିଫିକେସନ ଲିକ୍ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୬୨ ପ୍ରୋସେସର ରହିଛଝି। ଏଥିସହ ଗ୍ରାହକମାନେ ଏଥିରେ ୬ ହଜାର ଏମ୍ଏଚର ବ୍ୟାଟେରି ବ୍ୟାକଅପ୍ ପାଇପାରିବେ ବୋଲି ଜଣାପଡ଼ିଛି। ତା’ସହ କମ୍ପାନି ଏହି ଫୋନରେ ୧୮ ୱାଟର ଫାଷ୍ଟ ଚାର୍ଜର ସପୋର୍ଟ ଦେଇଛି।POCO M3ର ଡିସପ୍ଲେ ୬.୫୩ ଇଞ୍ଚ ରହିବ। ଏଥିରେ ଗ୍ରାହକମାନେ ୪୮ ମେଗାପିକ୍ସେଲର ପ୍ରାଇମେରୀ ରିୟର କ୍ୟାମେରା ପାଇପାରିବେ। ଏହି ମୋବାଇଲରେ ମୋଟ ତିନୋଟିରୁ ୪ଟି କ୍ୟାମେରା ଦିଆଯାଇଛି। ନଭେମ୍ବର ୨୪ ତାରିଖରେ ଏହା ବୈଶ୍ୱିକ ସ୍ତରରେ ଲଞ୍ଚ୍ ହେବ। ଏହାର କିଛି ଦିନ ପରେ ଏହା ଭାରତୀୟ ବଜାରକୁ ଆସିପାରେ ବୋଲି କୁହାଯାଉଛି।

Comment