ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନରେ ନିଆଁ ଲାଗିବା ଘଟଣା ଏବେ ଅଧିକରୁ ଅଧିକ ଶୁଣିବାକୁ ମିଳୁଛି। ଏହିଭଳି ଅନେକ ଘଟଣା ଘଟୁଛି ଯେଉଁଠି ବ୍ୟବହାରକାରୀଙ୍କ ଜୀବନ ବି ଚାଲିଯାଉଛି। ବିଶେଷ କରି ସାଓମି ସ୍ମାର୍ଟଫୋନଗୁଡ଼ିକ ଅଧିକ ବିପଦପୂର୍ଣ୍ଣ ବୋଲି କୁହାଯାଉଛି। ନିକଟରେ Redmi 7s ରେ ନିଆଁ ଲାଗିଥିବା ଖବର ମିଳିଛି। ସ୍ମାର୍ଟଫୋନକୁ କିପରି ନିଆଁ ଲାଗିବାରୁ ବଞ୍ଚାଇବେ ତାହାର ଏହି ୬ଟି ଉପାୟ ରହିଛି। ଯଦି ଏହାକୁ କାର୍ଯ୍ୟକାରୀ କରିବେ ଏହି ବିପଦରୁ ନିଜକୁ ରକ୍ଷା କରିହେବ।

୧. ରାତି ତମାମ ଚାର୍ଜରେ ବସାନ୍ତୁ ନାହିଁ। ଚାର୍ଜରେ ବସାଇ ଶୋଇଗଲା ପରେ ଫୋନ ଓ ବ୍ୟାଟେରୀର କ୍ଷତି ସାଧନ ତ ହୁଏ, ଏହା ବିପଦକୁ ଟାଣି ଆଣିବାର ଆଶଙ୍କା ମଧ୍ୟ ରହିଛି।

୨. ଜ୍ୱଳନଶୀଳ ପଦାର୍ଥଠାରୁ ଫୋନକୁ ଦୂରରେ ରଖନ୍ତୁ। ସ୍ମାର୍ଟଫୋନ ଚାର୍ଜ କଲାବେଳେ ବେଡ୍‌ ଉପରେ ରଖି ଚାର୍ଜ କରନ୍ତୁ ନାହିଁ। ଗଦି ଉପରେ ରଖି ଚାର୍ଜ କଲେ ଗରମ ବା ହିଟ ବାହାରକୁ ଯାଇ ପାରି ନ ଥାଏ। ଏଥିରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ପାଇଥାଏ।

୩. କିଛି ପଇସା ବଞ୍ଚାଇବେ ବୋଲି ଅଧିକାଂଶ ଲୋକ ଅଜାଣତରେ ଏହି ଭୁଲ କରି ବସନ୍ତି।ଶସ୍ତା ଓ ଲୋକାଲ ବ୍ୟାଟେରୀ ଆଦୌ ପକାଇବେ ନାହିଁ।ଓରିଯିନଲ ବ୍ୟାଟେରୀ କିଣିବା ସବୁବେଳେ ଭଲ। ଶସ୍ତା ବ୍ୟାଟେରୀ ଯୋଗୁଁ ଫୋନରେ ନିଆଁ ଲାଗିବାର ଆଶଙ୍କା ଅଧିକ ଥାଏ।

୪. ଆଉ ଏକ କଥା ହେଲା ଏକ୍ସଟନସନ ବୋର୍ଡରୁ ଫୋନ ଚାର୍ଜ କରିବା ଅନୁଚିତ। ସବୁବେଳେ ଡାଇରେକ୍ଟ ପାୱାର ସକେଟରୁ ହିଁ ଫୋନ ଚାର୍ଜ କରନ୍ତୁ।

୫. ତକିଆ ତଳେ ଫୋନ ରଖି ଚାର୍ଜ କଦାପି କରନ୍ତୁ ନାହିଁ।ଏହାର କାରଣ ଡିଭାଇସର ଉତ୍ତାପ ବଢିଯାଇଥାଏ ଓ ଫୋନ ଉପରେ ଚାପ ବି ପଡିଥାଏ।ମଝିରେ ମଝିରେ ଫୋନ ଦେଖିବା ପାଇଁ ଅନେକେ ତକିଆ ତଳେ ଫୋନ ରଖି ଶୋଇଯାନ୍ତି।ଏଭଳି ଆଦୌ କରନ୍ତୁ ନାହିଁ।

୬. ଖରାପ ହେଲେ ଯେତେଦୂର ସମ୍ଭବ ଫୋନକୁ ସର୍ଭିସ ସେଣ୍ଟରରେ ହିଁ ଦେବା ଦରକାର।ସ୍ଥାନୀୟ ମୋବାଇଲ ମରାମତି ଦୋକାନକୁ ଯେତେ ସମ୍ଭବ ଏଡ଼ାଇବା ଦରକାର।

Comment