ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ପୁଣି ଅଗ୍ନିକାଣ୍ଡ। ଶୁକ୍ରବାର ଅପରାହ୍ଣରେ ପୁରୀ ନିଳାଦ୍ରୀ କମ୍ପ୍ଲେକ୍ସରେ ଥିବା ଓଡ଼ିଶା ହାଣ୍ଡଲୁମ୍ ସୋ’ରୁମରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ବୁଧବାର ରାତିରେ ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ଦୀର୍ଘ ୩୬ ଘଣ୍ଟାର ଚେଷ୍ଟା ପରେ ଗୁରୁବାର ରାତିରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ ଲିଭାଇବାକୁ ନାକେଦମ ହୋଇପଡ଼ିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ। ଏହି ଘଟଣାକୁ ୨୦ ଘଣ୍ଟା ନପୂରୁଣୁ ପୁରୀରେ ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି।

Tags: #Fire #MassiveFire #Puri #NiladriComplex

Comment