ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇର ଗୋରେଗାଓଁଠାରେ ଥିବା ଏକ ୭ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ୪ଟି କାର ଏବଂ ୩୦ଟି ବାଇକ୍ ପୋଡ଼ି ପାଉଁଶ ହୋଇଯାଇଛି।

ଗୁରୁବାର ବିଳମ୍ବିତ ରାତିରେ ଗୋରେଗାଓଁସ୍ଥିତ ଆଜାଦ ନଗରଠାର ଥିବା ସମର୍ଥ ନାମକ ୭ ମହଲା ବିଶିଷ୍ଟ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ରାତି ପ୍ରାୟ ୩ଟା ବେଳେ ବିଲ୍ଡିଂର ପାର୍କିଙ୍ଗରେ ଲାଗିଥିବା ନିଆଁ ଦ୍ରୁତ ବେଗରେ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ଜୀବନ ମରଣ ସହ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି। ପ୍ରାୟ ୪୬ ଜଣ ଏହି ଅଗ୍ନିକାଣ୍ଡ ଯୋଗୁଁ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୃତକଙ୍କ ପରିବାର ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର।

ଅଗ୍ନିକାଣ୍ଡ ଯୋଗୁଁ ୪ଟି କାର ଏବଂ ୩୦ ଅଧିକ ବାଇକ୍ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଅଗ୍ନିଶମ ବିଭାଗ କିଛି ଗାଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ବିଲ୍ଡିଂର ପାର୍କିଙ୍ଗରେ ଥିବା ପୁରୁଣା କପଡ଼ାରେ ନିଆଁ ଲାଗି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

Tags: #fire #death #goregaon #mumbai

Comment