ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ୍ ଭାରତରେ Nokia 2.4 ଲଞ୍ଚ୍ କରିଛି। ଏହି ବଜେଟ୍ ସ୍ମାର୍ଟଫୋନ୍‌ରେ ୪,୫୦୦ ଏମ୍‌ଏଏଚ୍ ବ୍ୟାଟେରି ସହିତ ଅନେକ ଦମ୍‌ଦାର୍ ଫିଚର ମିଳୁଛି।

ଫିଚର ଦାମ୍

ଏହି ସ୍ମାର୍ଟଫୋନ୍‌ରେ ୬.୫ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି, ଯାହାର ରିଜୋଲ୍ୟୁସନ୍ ରହିଛି ୭୨୦ x ୧୬୦୦ ପିକ୍ସେଲ। ଏହି ଫୋନ୍‌ର ସ୍କ୍ରିନ୍ ରେସିଓ ହେଉଛି ୨୦:୯। Nokia 2.4 ଆଣ୍ଡ୍ରଏଡ୍ ୧୦ ଆଧାରିତ ମିଡିଆଟେକ୍ ହିଲିଓ ପି୨୨ ପ୍ରୋସେସର ଦ୍ଵାରା ଚାଲୁଛି। ଏହି ଫୋନ୍ ୧୦,୩୯୯ ଟଙ୍କାରେ ଉପଲବ୍ଧ ହେଉଛି।ଷ୍ଟୋରେଜ୍

Nokia 2.4 ସ୍ମାର୍ଟଫୋନ୍‌ରେ ୩ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଦିଆଯାଇଛି। ତେବେ ମାକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ଷ୍ଟୋରେଜ୍‌କୁ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

କ୍ୟାମେରା

Nokia 2.4ରେ ଦୁଇଟି ରିୟର କ୍ୟାମେରା ରହିଛି। ଏଥିରେ ୧୩ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଓ ୨ ମେଗାପିକ୍ସେଲର ସେକେଣ୍ଡାରି କ୍ୟାମେରା ଦିଆଯାଇଛି। ସେହିପରି ସେଲ୍ଫି ପାଇଁ ଏହି ଫୋନ୍‌ରେ ୫ ମେଗାପିକ୍ସେଲର କ୍ୟାମେରା ରହିଛି।ବ୍ୟାଟେରି କନେକ୍ଟିଭିଟି

ଏହି ଫୋନ୍‌ରେ ୪,୫୦୦mAhର ବ୍ୟାଟେରି ଦିଆଯାଇଛି। ଗୋଟିଏ ଥର ସମ୍ପୂର୍ଣ୍ଣ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ଫୋନ୍ ଚାଲିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। କନେକ୍ଟିଭିଟି ପାଇଁ ଏଥିରେ ୪ଜି LTE, ଓ୍ଵାଇ-ଫାଇ, ବ୍ଲୁଟୁଥ୍ ଭି୫.୦, ଜିପିଏସ୍/ଏ ଜିପିଏସ୍, ମାଇକ୍ରୋ ୟୁଏସ୍‌ବି ପୋର୍ଟ ଦିଆଯାଉଛି। ଏଥିସହ ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍ ଜ୍ୟାକ୍ ଓ ଏଫ୍‌ଏମ୍ ରେଡିଓ ସପୋର୍ଟ ରହିଛି।

Comment