ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଆପଣଙ୍କ ଫୋନ୍ ଚୋରି ହୋଇଯାଇଛି ଏବଂ ସେଥିରେ ଆପଣଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ରହିଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଘରେ ବସି ଆପଣଙ୍କ ହଜି ଯାଇଥିବା ଫୋନର ଡାଟାକୁ ଡିଲିଟ୍ କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ସହଜ ଉପାୟ ଆପଣାଇବାକୁ ପଡ଼ିବ।

କେମିତି କରିବେ ଫୋନର ଡାଟା ଡିଲିଟ୍?

  • ପ୍ରଥମେ ଆପଣ ଅନ୍ୟ କେଉଁ କମ୍ପ୍ୟୁଟର କିମ୍ବା ମୋବାଇଲ ଫୋନରେ କୌଣସି ବ୍ରାଉଜରକୁ ଖୋଲନ୍ତୁ।
  • ସେଥିରେ  https://www.google.com/android/find କରନ୍ତୁ
  • ଏହାପରେ ସେଠାରେ ଆପଣ ନିଜର ମୋବାଇଲରେ ଥିବା ଜି-ମେଲ୍ ଆକାଉଣ୍ଟକୁ ଲଗଇନ୍ କରନ୍ତୁ।
  • ଏହାପରେ ଆପଣଙ୍କ ଆଗରେ ପ୍ଲେ ସାଉଣ୍ଡ, ସିକ୍ୟୋର ଡିଭାଇସ୍ ଏବଂ ଇରେଜ୍ ଡିଭାଇସ୍ ଅପସନ୍ ଆସିବ।
  • ଏହାପରେ ଆପଣ ଇରେଜ୍ ଡିଭାଇସ୍ ଅପସନରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣଙ୍କୁ ପୁଣିଥରେ ଆପଣଙ୍କ ଜି-ମେଲର ପାସୱାର୍ଡ ଦେବାକୁ ପଡ଼ିବ।
  • ଏହାପରେ ଆପଣ ନିଜ ଫୋନରୁ ନିଜର ବ୍ୟକ୍ତିଗତ ଡାଟାକୁ ଡିଲିଟ୍ କରିପାରିବେ।

Comment