ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଶସ୍ତାରେ ଫୋନ୍ କିଣିବାକୁ ଚାହୁଁଛନ୍ତି କି? କମ ଦାମ୍ ସହିତ ଭଲ ଫିଚର୍ସ ଭଳି ସୁବିଧା ରଖି ଫୋନ୍ କିଣିବାକୁ ଚାହୁଁଥିଲେ ଏହି ସବୁ ଫୋନ୍ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ।

ଆପଣ କେବଳ ୧୦ ହଜାର ଟଙ୍କା ଭିତରେ ଭଲ ଫିଚର୍ସ ଥିବା ଏହିସବୁ ସ୍ମାର୍ଟଫୋନ୍ କିଣିପାରିବେ।

Redmi Note 8

Redmi କମ୍ପାନିର ଏହି ସ୍ମାର୍ଟଫୋନକୁ ଆପଣ ଅନଲାଇନ୍ ଜରିଆରେ କିଣିପାରିବେ। ଏହାର ଦାମ୍ ମଧ୍ୟ ୧୦ ହଜାର ଟଙ୍କା ଭିତରେ ରହିବ। ଏଥିରେ ଆପଣ ୬ ଜିବି RAM ସହିତ ୬୪ ଜିବିର ROM ପାଇପାରିବେ। ଏଥିସହିତଏତିରେ ୪୮ ମେଗାପିକ୍ସେଲ୍ କ୍ୟାମେରା ସହିତ ୬.୩ ଇଞ୍ଚର ବଡ଼ ଡିସପ୍ଲେ ମଧ୍ୟ ରହିଛି।

Vivo U20

ଭିଭୋ କମ୍ପାନିର ଏହି ଫୋନରେ ଆପଣ ଟ୍ରିପଲ୍ ରିୟର କ୍ୟାମେରା ପାଇପାରିବେ। ଏଥିସହିତ ସେଲ୍ଫି ନେବା ପାଇଁ ଏଥିରେ ୧୬ ମେଗାପିକ୍ସେଲର ଦମଦାର ଫ୍ରଣ୍ଟ୍ କ୍ୟାମେରା ମଧ୍ୟ ରହିଛି। ଏହି ଫୋନକୁ ମଧ୍ୟ ଆପଣ ୧୦ ହଜାର ଟଙ୍କାରୁ କମ୍ ଦାମରେ କିଣିପାରିବେ।

ଏହି ଫୋନରେ ମଧ୍ୟ ଗ୍ରାହକମାନେ ୪ ଜିବି RAM ସହିତ ୬୪ ଜିବିର ROM ପାଇପାରିବେ। ଏଥିସହିତ ମାଇକ୍ରୋ ଏସଡି କାର୍ଡ ଯୋଗେ ମଧ୍ୟ ଏହାର ଷ୍ଟୋରେଜକୁ ବୃଦ୍ଧି କରାଯାଇପାରିବ।

Galaxy M30

ସାମସଙ୍ଗ କମ୍ପାନିର ଏହି ଫୋନରେ ଆପଣ ଦମଦାର ବ୍ୟାଟେରୀ ବ୍ୟାକଅପ୍ ପାଇପାରିବେ। ଏଥିରେ ଗ୍ରାହକମାନଙ୍କ ପାଇଁ ୫ ହଜାର ଏମଏଚର ବ୍ୟାଟେରୀ ଦିଆଯାଇଛି। ଏହି ଫୋନରେ ଆପଣମାନେ ୧୩ ମେଗାପିକ୍ସେଲ, ୫ ମେଗାପିକ୍ସେଲ ଓ ୫ ମେଗାପିକ୍ସେଲର ଟ୍ରିପଲ ରିୟର କ୍ୟାମେରା ପାଇପାରିବେ। ଏଥିସହିତ ଏଥିରେ ୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ମଧ୍ୟ ରହିଛି।

Realme 5S

ଏହି ସ୍ମାର୍ଟଫୋନରେ ଆପଣଙ୍କୁ Qualcomm Snapdragon ୬୬୫ର ପ୍ରୋସେସର ମିଳିପାରିବ। ଏଥିସହିତ ଏହି ସ୍ମାର୍ଟଫୋନରେ ୪୮ ମେଗାପିକ୍ସେଲ, ୮ ମେଗାପିକ୍ସେଲର କ୍ୟାମେରା ରହିଛି। ଏହାସହ ଏଥିରେ ୫ ହଜାର ଏମ୍ଏଚର ବ୍ୟାଟେରୀ ମଧ୍ୟ ମିଳିବ। ଏହି ଫୋନକୁ ମଧ୍ୟ ଆପଣ ୧୦ ହଜାର ଟଙ୍କା ଭିତରେ କିଣିପାରିବେ।

Comment