ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଆରମ୍ଭ ହେଲା ରେଡ୍‌ମି ନୋଟ୍‌ ୮ ଓ  ନୋଟ୍‌ ୮ ପ୍ରୋ’ର ବିକ୍ରି, ଜାଣନ୍ତୁ ଏହି ଦୁଇଟି ସ୍ମାର୍ଟଫୋନ୍‌ରେ କ’ଣ ରହିଛି ଫରକ?

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ନିକଟରେ ଲଞ୍ଚ କରିଛି Redmi Note 8 ଏବଂ Note 8 Pro ସ୍ମାର୍ଟଫୋନ। ଏହି ଦୁଇଟି ସ୍ମାର୍ଟଫୋନର ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି। ଗ୍ରାହକ ଏହାକୁ ଆମାଜନ ଇଣ୍ଡିଆ, ଏମ୍‌ଆଇ ଡଟ୍‌ କମ୍‌ ଏବଂ ଏମ୍‌ଆଇ ହୋମ୍‌ ଷ୍ଟୋରରୁ କିଣି ପାରିବେ। ଏହି ଦୁଇଟି ସ୍ମାର୍ଟଫୋନ୍‌ରେ କ୍ୱାଡ୍ କ୍ୟାମେରା ସେଟ୍‌-ଅପ୍‌ ଦିଆଯାଇଛି।

ରେଡ୍‌ମି ନୋଟ୍‌ ୮ ପ୍ରୋ ସ୍ମାର୍ଟଫୋନ୍‌ର ୩ଟି ଭାରିଏଣ୍ଟ ରହିଛି। 6GB/64GBର ମୂଲ୍ୟ ୧୪,୯୯୯ ଟଙ୍କା, 6GB/128GBର ମୂଲ୍ୟ ୧୫,୯୯୯ଟଙ୍କା ଏବଂ 8GB/128GBର ମୂଲ୍ୟ ୧୭,୯୯୯ଟଙ୍କା ରହିଛି। ଗ୍ରାହକ ଏକାହାକୁ ସବୁଜ, ଧଳା ଏବଂ କଳା ରଙ୍ଗର ତିନୋଟି କଲର ଭାରିଏଣ୍ଟରେ କିଣି ପାରିବେ।

ସେହିପରି ରେଡ୍‌ମି ନୋଟ୍‌ ୮ ସ୍ମାର୍ଟଫୋନ୍‌ରେ ୨ଟି ଭାରିଏଣ୍ଟ ରହିଛି। 4GB/64GBର ମୂଲ୍ୟ ୯,୯୯୯ ଟଙ୍କା ଏବଂ 6GB/128GBର ମୂଲ୍ୟ ୧୨,୯୯୯ଟଙ୍କା ରହିଛି। ଗ୍ରାହକ ଏକାହାକୁ ଧଳା, ନୀଳ ଏବଂ କଳା ରଙ୍ଗର ତିନୋଟି କଲର ଭାରିଏଣ୍ଟରେ କିଣି ପାରିବେ।

Redmi Note 8 Pro ସ୍ପେସିଫିକେସନ

  • ୪୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ୧୮ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଗେମିଂ ପାଇଁ MediaTek G90t ଚିପ୍‌ ସେଟ୍‌
  • ୪ଟି ରିୟର କ୍ୟାମେରା (ପ୍ରାଇମେରୀ ୬୪ ମେଗାପିକ୍ସେଲ)
  • ସେଲ୍‌ଫି ପାଇଁ ୨୦ ମେଗାପିକ୍ସେଲ ଫ୍ରଣ୍ଟ୍‌ କ୍ୟାମେରା

Redmi Note 8 ସ୍ପେସିଫିକେସନ

  • ୬.୩ ଇଞ୍ଚ୍‌ ଡିସ୍‌ପ୍ଲେ
  • କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୬୬୫ ପ୍ରୋସେସର
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ
  • ରିୟର ଫିଙ୍ଗରପ୍ରିଣ୍ଟ୍‌ ସେନ୍ସର
  • ୪ଟି ରିୟର କ୍ୟାମେରା (ପ୍ରାଇମେରୀ ୪୮ ମେଗାପିକ୍ସେଲ)
  • ସେଲ୍‌ଫି ପାଇଁ ୧୩ ମେଗାପିକ୍ସେଲ ଫ୍ରଣ୍ଟ୍‌ କ୍ୟାମେରା

Comment