ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ଅଗଷ୍ଟ ମାସରେ ଏକ ଭଲ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଜାଣିବା ୨୦ ହଜାର ଟଙ୍କା ମଧ୍ୟରେ ଥିବା କିଛି ବେଷ୍ଟ ସ୍ମାର୍ଟଫୋନ ବିଷୟରେ। ଏହି ତାଲିକାରେ ରହିଛି ୧୪ ହଜାର ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ମଧ୍ୟରେ ଥିବା ୫ଟି ବେଷ୍ଟ ସ୍ମାର୍ଟଫୋନ। ଏଥିରେ ସାମିଲ ରହିଛି ଭିଭୋ, ସାଓମି, ସାମସଙ୍ଗ ଏବଂ ରିୟଲମି ଭଳି କମ୍ପାନିର ସ୍ମାର୍ଟଫୋନ। ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନ୍‌ ବିଷୟରେ..

ରିୟଲମି ଏକ୍ସ

ଏହି ତାଲିକାର ପ୍ରଥମରେ ରହିଛି ରିୟଲମି ଏକ୍ସ ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନ ଗତ ଜୁଲାଇ ମାସରେ ଲଞ୍ଚ ହୋଇଛି। ୪ଜିବି ରାମ୍‌ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ବିଶିଷ୍ଟ ଏହି ସ୍ମାର୍ଟଫୋନର ମୂଲ୍ୟ ରହିଛି ୧୬,୯୯୯ ଟଙ୍କା। ଏହି ସ୍ମାର୍ଟଫୋନରେ ୭୧୦ ସ୍ନାପଡ୍ରାଗନ ପ୍ରୋସେସର, ଫୁଲ ଏଚ୍‌ଡି ଏମୋଲେଡ ଡିସ୍‌ପ୍ଲେ, ଡୁଅଲ୍‌ ରିୟର କ୍ୟାମେରା(୪୮+୫) ମେଗାପିକ୍ସେଲ, ୧୬ ମେଗାପିକ୍ସେଲ ବିଶିଷ୍ଟ ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା ଏବଂ ୩୭୬୫ ଏମ୍‌ଏଚ୍‌ ବ୍ୟାଟେରୀ ରହିଛି।

ରେଡ୍‌ମି ନୋଟ୍‌-୭ ପ୍ରୋ

ଏହି ସ୍ମାର୍ଟଫୋନ ସାଓମୀ କମ୍ପାନିର ପପୁଲାର ନୋଟ୍‌-୭ ସିରିଜର  ସ୍ମାର୍ଟଫୋନ୍‌। ଚଳିତବର୍ଷ ପେବ୍ରୁଆରି ମାସରେ ଏହି ଫୋନ ଭାରତରେ ଲଞ୍ଚ ହୋଇଥିଲା। ୧୫ ହଜାର ଟଙ୍କା ମଧ୍ୟରେ ଏହା ହେଉଛି ବେଷ୍ଟ ସ୍ମାର୍ଟଫୋନ। ୪ଜିବି ରାମ୍‌ ୬୪ ଜିବି ଇଣ୍ଟର୍ଣ୍ଣାଲ ମେମୋରୀ ବିଶିଷ୍ଟ ଏହି ସ୍ମାର୍ଟଫୋନର ମୂଲ୍ୟ ୧୩,୯୯୯ଟଙ୍କା ରହିଛି। ଏହାର ୬ ଜିବି ରାମ୍‌ ୬୪ ଜିବି ରୋମ୍‌ ଏବଂ  ୬ ଜିବି ରାମ୍‌ ୧୨୮ ଜିବି ରୋମ୍‌ ଭାରିଏଣ୍ଟ ମଧ୍ୟ ଉପଲବ୍ଧ।

ଏଥିରେ ରହିଛି ୬.୩ ଇଞ୍ଚ ବିଶିଷ୍ଟ ଫୁଲ୍‌ ଏଚ୍‌ଡି ଡଟ୍‌ ନଚ୍‌ ଡିସପ୍ଲେ, ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୬୭୫ ପ୍ରୋସେସର, ଡୁଅଲ୍‌ ରିୟର କ୍ୟାମେରା(୪୮+୫) ମେଗାପିକ୍ସେଲ, ୧୩ ମେଗାପିକ୍ସେଲ ବିଶିଷ୍ଟ ସେଲ୍‌ଫି କ୍ୟାମେରା, ୪୦୦୦ ଏମ୍‌ଏଚ୍‌ ବ୍ୟାଟେରୀ।

ଭିଭୋ ଜେଡ୍‌-୧ ପ୍ରୋ

୧୫ ହଜାର ଟଙ୍କା ମଧ୍ୟରେ ଏହା ହେଉଛି ଭିଭୋ କମ୍ପାନିର ଏକ ଶାନଦାର ସ୍ମାର୍ଟଫୋନ। ୬ ଜିବି ରାମ୍‌ + ୬୪ ଜିବି ଇଣ୍ଟର୍ଣ୍ଣାଲ ମେମୋରୀ ବିଶିଷ୍ଟ ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ ୧୪,୯୯୦ଟଙ୍କା ରହିଛି। ଏହା ଆଉ ଦୁଇଟି ଭାରିଏଣ୍ଟ ମଧ୍ୟ ରହିଛି।

‘ଭିଭୋ ଜେଡ୍‌-୧ ପ୍ରୋ’ ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୭୧୨ ଅକ୍ଟାକୋର ପ୍ରୋସେସର ଦିଆଯାଇଛି। ସେହିପରି ଏହି ସ୍ମାର୍ଟଫୋନରେ ୩୨ ମେଗାପିକ୍ସେଲ ଯୁକ୍ତ ଫ୍ରଣ୍ଟ କ୍ୟାମେରା, (୧୬+୮+୨) ମେଗାପିକ୍ସେଲ ବିଶିଷ୍ଟ ତ୍ରିପଲ ରିୟର କ୍ୟାମେରା ରହିଛି।

ପୋକୋ ଏଫ୍-୧

ଏହି ସ୍ମାର୍ଟଫୋନ ଗତ ବର୍ଷ ଅଗଷ୍ଟ ମାସରେ ଭାରତରେ ଲଞ୍ଚ ହୋଇଥିଲା। ଲଞ୍ଚ ସମୟରେ ୮୪୫ ପ୍ରୋସେସର ବିଶିଷ୍ଟ ସ୍ମାର୍ଟଫୋନ ଭିତରେ ଏହି ଥିଲା ସବୁଠୁ ଶସ୍ତା ସ୍ମାର୍ଟଫୋନ। ତେବେ ବର୍ତ୍ତମାନ ଏହା ର ଦାମ ଶସ୍ତା ହୋଇଯାଇଛି। ଏହାର ମୂଲ୍ୟ ରହିଛି ୧୭,୯୯୯ ଟଙ୍କା।

ପୋକୋ ଏଫ୍-୧ ସ୍ମାର୍ଟଫୋନ ୬.୧୮ ଇଞ୍ଚ ସ୍କ୍ରିନ ସହ (୨୩୪୦*୧୦୮୦)ଏଚଡି ରିଜୋଲ୍ୟୁସନ ମିଳୁଛି। ଏହାସହିତ ୪୦୦୦ ଏମ୍ଏଏଚ୍ ବ୍ୟାଟେରି ଲାଇଫ ଏହି ଫୋନରେ ଉପଲବ୍ଧ।

ସାମସଙ୍ଗ ଗାଲେକ୍ସି ଏ

୨୦ ହଜାର ଟଙ୍କା ମଧ୍ୟରେ ସାମସଙ୍ଗ କମ୍ପାନିର ଏହା ହେଉଛି ଭଲ ସ୍ମାର୍ଟଫୋନ। ଏହାର ୪ ଜିବି ରାମ୍‌ ଏବଂ ୬୪ ଜିବି ଇର୍ଣ୍ଣନାଲ ମେମୋରୀ ବିଶିଷ୍ଟ ଏହି ସ୍ମାର୍ଟଫୋନର ମୂଲ୍ୟ ୧୮,୪୯୦ ଟଙ୍କା ରହିଛି। ସାମସଙ୍ଗ ଗାଲେକ୍ସି ଏ୫୦ ସ୍ମାର୍ଟଫୋନରେ ଗ୍ରାହକ ୬.୪ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଡିସ୍‌ପ୍ଲେ ମିଳିବ। ଅକ୍ଟାକୋର ଏକ୍ସିନୋସ ୯୬୧୦ ପ୍ରୋସେସର, ୨୫ ମେଗାପିକ୍ସେଲ ରିୟର ଓ (୫+୮) ମେଗାପିକ୍ସେଲରର ସେଲ୍‌ଫି କ୍ୟାମେରା ଏବଂ ୪୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ ଏହି ସ୍ମାର୍ଟଫୋନରେ ରହିଛି।

Comment