ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ପ୍ରାୟ ଏକ ବର୍ଷ ପୂର୍ବେ ଭାରତରେ ଲଞ୍ଚ୍‌ କରିଥିଲା Poco F1 ସ୍ମାର୍ଟଫୋନ। ହେଲେ ବର୍ତ୍ତମାନ ସୁଦ୍ଧା ଏହି ସ୍ମାର୍ଟଫୋନକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। କାହିଁକି ନା, ଏହା ହେଉଛି ଏକ ଭାଲ୍ୟୁ ଫର୍‌ ମନି ସ୍ମାର୍ଟଫୋନ। ଆପଣ ଏହି ସ୍ମାର୍ଟଫୋନକୁ ୧୪,୫୦୦ ଟଙ୍କାରେ କିଣି ପାରିବେ। ହେଲେ, ଏବେ ବି କ’ଣ Poco F1 ସ୍ମାର୍ଟଫୋନକୁ କିଣିବା ଉଚିତ୍‌ କି?

ବର୍ତ୍ତମାନ ଏକ ବର୍ଷ ପରେ ଟେକ୍ନୋଲୋଜି ବଦଳିବା ସହିତ ଅନେକ ନୂଆ ସ୍ମାର୍ଟଫୋନ ବଜାରକୁ ଆସିଲାଣି। ନିକଟରେ ସାଓମି ୧୫ ହଜାରରୁ ୨୦ ହଜାର ବଜେଟ୍‌ ମଧ୍ୟରେ Redmi Note 8 Pro ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏଥିରେ ଭଲ କ୍ୟାମେରା ସେଟ୍‌ଅପ୍‌ ମଧ୍ୟ ଦିଆଯାଇଛି। ଯଦି ଫଟୋଗ୍ରାଫି ପାଇଁ ପାଇଁ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି, ତେବେ ପୋକୋ ଏଫ୍‌୧ ବଦଳରେ ନୋଟ୍‌ ୮ ପ୍ରୋ କିଣନ୍ତୁ।

Poco F1 ସ୍ମାର୍ଟଫୋନର ସବୁଠାର ବଡ଼ ଫିଚର ହେଉଚି ଏହାର ପ୍ରୋସେସର। ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୮୪୫ ପ୍ରୋସେସର ଦିଆଯାଇଛି। ବର୍ତ୍ତମାନ ମଧ୍ୟ ଏହାକୁ ପାୱାରଫୁଲ ପ୍ରୋସେସର କୁହାଯାଉଛି। ଏହାବ୍ୟତୀତ ଏଥିରେ ୬ ଜିବି ରାମ୍‌ ଏବଂ ୧୨୮ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ବିଶିଷ୍ଟ ଭାରିଏଣ୍ଟ ରହିଛି ଯାହା ସ୍ମାର୍ଟଫୋନକୁ ଭଲ ଚାଲିବାରେ ସାହାଯ୍ୟ କରେ। ଏହାର ମୂଲ୍ୟ ୧୫,୯୯୯ଟଙ୍କା।

ଯଦି ଆପଣ ଏମିତି ଏକ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଯାହା ମୋଟାମୋଟି ଭାବେ ଭଲ କାମ କରୁଥିବ ତେବେ ଆପଣ Poco F1 ସ୍ମାର୍ଟଫୋନ କିଣିପାରିବେ। ଭଲ ପ୍ରୋସେସର ଯୋଗୁଁ ଏଥିରେ COD Mobile, PUBG କିମ୍ବା Asphalt ଭଳି ଗେମ୍‌ ଖେଳିପାରିବେ। ଏଥିରେ ରହିଛି ୬.୧୮ ଇଞ୍ଚ ବିଶିଷ୍ଟ ଏଚ୍‌ଡି ପ୍ଲସ ଡିସ୍‌ପ୍ଲେ।

Poco F1 ସ୍ମାର୍ଟଫୋନରେ ୧୨ ମେଗାପିକ୍ସେଲର ଡୁଅଲ ରିୟର କ୍ୟାମେରା ସେଟ୍‌ଅପ୍‌ ରହିଛି। ସେଲ୍‌ଫି ପାଇଁ ୨୦ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି। ଏଥିରେ ରହିଛି ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ। ମୋଟ ଉପରେ ଦେଖିବାକୁ ଗଲେ, ବର୍ତ୍ତମାନ ବଜାରରେ ୧୫ ହଜାର ଟଙ୍କାରେ କ୍ୱାଲକମ୍ ସ୍ନାପଡ୍ରାଗନ ୮୪୫ ପ୍ରୋସେସର ମିଳୁଥିବା ଏକମାତ୍ର ସ୍ମାର୍ଟଫୋନ ହେଉଛି Poco F1।

Comment