ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତକୁ ଫେରିଲା ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମିର ଏମ୍‌ଆଇ ସୁପରସେଲ୍‌। ପୂର୍ବଥର ଭଳି ଏଥର ମଧ୍ୟ ଏମ୍‌ଆଇ ସୁପରସେଲ୍‌ରେ ସ୍ମାର୍ଟଫୋନ୍‌ ଉପରେ ଜବରଦସ୍ତ ଡିସ୍‌କାଉଣ୍ଟ ମିଳିଛି। ଏହି ସୁପରସେଲ୍‌ରେ ଗ୍ରାହକ ମାତ୍ର ୪,୯୯୯ ଟଙ୍କାରେ ସ୍ମାର୍ଟଫୋନ ପାଇପାରିବେ। ସୋମବାର ୧୧ ନଭେମ୍ବରରୁ ୧୩ ନଭେମ୍ବର ଯାଏଁ ଏହି ସୁପର୍‌ ସେଲ୍‌ ଜାରି ରହିବ।

ଏମ୍‌ଆଇ ଅଫିସିଆଲ ୱେବସାଇଟ୍‌ ଯାଇ ଗ୍ରାହକ ସୁପର୍‌ ସେଲ୍‌ର ଲିଙ୍କ୍‌ ପାଇପାରିବେ। ନଭେମ୍ବର ୧୧, ୧୨ ଏବଂ ୧୩ ତାରିଖରେ ଗ୍ରାହକ ଏମ୍‌ଆଇ ସୁପରସେଲ୍‌ରେ ଶସ୍ତା ଦାମ୍‌ରେ ସ୍ମାର୍ଟଫୋନ କିଣିପାରିବେ। ଏହି ସୁପରସେଲ୍‌ରେ ରେଡ୍‌ମି ନୋଟ୍‌ ୭ ପ୍ରୋ, ରେଡ୍‌ମି କେ୨୦, କେ୨୦ ପ୍ରୋ ଏବଂ ପୋକୋ ଏଫ୍‌୧ ସ୍ମାର୍ଟଫୋନ ସାମିଲ ରହିଛି।

ଏମ୍‌ଆଇ ସୁପର୍‌ ସେଲ୍‌ରେ Redmi 7A ସ୍ମାର୍ଟଫୋନ୍‌ ଉପରେ ୧୨୦୦ ଟଙ୍କାର ରିହାତି ମିଳୁଛି। ବର୍ତ୍ତମାନ ଗ୍ରାହକ ଏହାକୁ ୫,୪୯୯ ଟଙ୍କାରେ କିଣି ପାରିବେ। ସେହିପରି Redmi Go ସ୍ମାର୍ଟଫୋନ ଉପରେ ୧୫୦୦ ଟଙ୍କାର ରିହାତି ମିଳୁଛି। ଗ୍ରାହକ ଏହାକୁ ମାତ୍ର ୪,୪୯୯ ଟଙ୍କାରେ କିଣି ପାରିବେ।

ସୁପର ସେଲ୍‌ରେ Redmi Note 7 Pro ସ୍ମାର୍ଟଫୋନ ୧୧,୯୯୯ଟଙ୍କାରେ ମିଳୁଛି। ଯଦି ଏହାକୁ ମୋବାଇଲ୍‌ ଏକ୍ସଚେଞ୍ଜ ଅଫର୍‌ରେ ଆପଣ କିଣିବେ, ତେବେ ଆପଣଙ୍କୁ ମାତ୍ର ୭,୫୦୦ ଟଙ୍କା ପଡ଼ିବ। ସେହିପରି Redmi K20 ସ୍ମାର୍ଟଫୋନ ଉପରେ ଆପଣଙ୍କୁ ୩ ହଜାର ଟଙ୍କାର ରିହାତି ମିଳୁଛି। ଆପଣ ଏହାକୁ ୧୯,୯୯୯ ଟଙ୍କାରେ କିଣି ପାରିବେ।

ସେହିପରି Redmi K20 Pro ସ୍ମାର୍ଟଫୋନ୍‌ ଉପରେ ମଧ୍ୟ ୩ ହଜାର ଟଙ୍କାର ରିହାତି ମିଳୁଛି। ଗ୍ରାହକ ଏହାକୁ ୨୫,୯୯୯ ଟଙ୍କାରେ କିଣି ପାରିବେ। ତେବେ ସବୁଠାରୁ ଜବରଦସ୍ତ ସ୍ମାର୍ଟଫୋନ କୁହାଯାଉଥିବା Poco F1 ସ୍ମାର୍ଟଫୋନ ସୁପର୍‌ ସେଲ୍‌ରେ ୧୪,୯୯୯ଟଙ୍କାରେ ମିଳୁଛି। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୪୫ ଅକ୍ଟାକୋଣ ପ୍ରୋସେସର ଥିବା ବେଳେ ୪ ହଜାର ଏମ୍‌ଏଏଚ୍‌ର ବ୍ୟାଟେରୀ ମଧ୍ୟ ଦିଆଯାଇଛି।

Comment