ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତୁ ଜାଣିବା, ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ଏବଂ ‘ରେଡ୍‌ମି ନୋଟ୍‌ ୭ ପ୍ରୋ’ ସ୍ମାର୍ଟଫୋନରେ କ’ଣ ରହିଛି ଫରକ?

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମୀ ଆଜି ଲଞ୍ଚ କରିଛି ବହୁ ପ୍ରତିକ୍ଷୀତ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନ ହେଉଛି ପୂର୍ବରୁ ଥିବା ‘ରେଡ୍‌ମି ନୋଟ୍‌ ୭ ପ୍ରୋ’ର ପରବର୍ତ୍ତୀ ଭର୍ସନ। ଭାରତରେ ରେଡ୍‌ମି ନୋଟ୍‌ ୭ ପ୍ରୋ ସ୍ମାର୍ଟଫୋନ ଲୋକପ୍ରିୟ ହାସଲ କରିଥିଲା।

ତେବେ ଶୁଣିବାକୁ ମିଳୁଛି, ସାଓମୀ କମ୍ପାନି ଅକ୍ଟୋବର ମାସରେ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିବ। ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ସ୍ମାର୍ଟଫୋନ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ଏବଂ ‘ରେଡ୍‌ମି ନୋଟ୍‌ ୭ ପ୍ରୋ’ ମଧ୍ୟରେ କ’ଣ ରହିଛି ଫରକ?

ଡିସ୍‌ପ୍ଲେ

‘ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନର ଡିଜାଇନ୍‌କୁ ଦେଖିବାକୁ ଗଲେ ‘ନୋଟ୍‌ ୭ ପ୍ରୋ’ଠାରୁ ଭିନ୍ନ ରହିଛି। ‘ନୋଟ୍‌ ୮ ପ୍ରୋ’ରେ ୬.୫୩ ଇଞ୍ଚର ଡିସ୍‌ପ୍ଲେ ମିଳୁଥିବା ବେଳେ ‘ନୋଟ୍‌ ୭ ପ୍ରୋ’ରେ ମିଳୁଛି ୬.୩ ଇଞ୍ଚର ଡିସପ୍ଲେ। ତେବେ ଉଭୟ ସ୍ମାର୍ଟଫୋନ୍‌ର ଡିସ୍‌ପ୍ଲେରେ ଏତେ ଫରକ ଦେଖିବାକୁ ମିଳିନାହିଁ।

ପ୍ରୋସେସର

‘ନୋଟ୍ ୮ ପ୍ରୋ’ ସ୍ମାର୍ଟଫୋନ୍‌ରେ ଗେମିଂ ପାଇଁ ଏକ ଖାସ୍ ‘ମିଡିଆ ଟେକ୍ ହେଲିଓ ଜି ୯୦-ଟି’ ପ୍ରୋସେସର ବ୍ୟବହାର କରାଯାଉଛି। ଅନ୍ୟପକ୍ଷରେ ‘ନୋଟ୍‌ ୭ ପ୍ରୋ’ରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ପ୍ରୋସେସର ଦିଆଯାଇଛି।

କ୍ୟାମେରା

‘ରେଡ୍‌ମି ନୋଟ୍ ୮ ପ୍ରୋ’ ସ୍ମାର୍ଟଫୋନ୍‌ରେ ୪ଟି ରିୟର କ୍ୟାମେରା ରହିଛି। ପ୍ରାଇମେରୀ ୬୪ ମେଗାପିକ୍ସେଲ ଥିବା ବେଳେ ଏହାକୁ ସପୋଟ କରୁଛନ୍ତି ୮, ୨ ଏବଂ ୨ ମେଗାପିକ୍ସେଲର ଆଉ ତିନୋଟି କ୍ୟାମେରା। ସେହିପରି ସେଲ୍ଫି ପାଇଁ ଏଥିରେ ୨୦ ମେଗାପିକ୍ସେଲର କ୍ୟାମେରା ରହିଛି।

ଅନ୍ୟପକ୍ଷରେ ‘ରେଡମି ନୋଟ୍ ୭ ପ୍ରୋ’ ସ୍ମାଟଫୋନରେ ୨ଟି ରିୟର କ୍ୟାମେରା ରହିଛି। ପ୍ରାଇମେରୀ ଭାବେ ୪୮ ଏମ୍‌.ପିର କ୍ୟାମେରା ରହିଛି। ସେହିପରି ସେଲ୍ଫିରେ ୨୦ ଏମ୍‌.ପିର କ୍ୟାମେରା ରହିଛି।

ମେମୋରୀ ଭାରିଏଣ୍ଟ

‘ନୋଟ୍ ୮ ପ୍ରୋ’ରେ ୩ଟି ଭାରିଏଣ୍ଟ ରହିଛି। (୬ଜିବି ରାମ୍‌ + ୬୪ଜିବି ରୋମ୍‌), (୬ଜିବି + ୧୨୮ଜିବି), ଏବଂ (୮ଜିବି + ୧୨୮ଜିବି)। ସେହିପରି ‘ନୋଟ୍ ୭ ପ୍ରୋ’ରେ ରହିଛି (୪ଜିବି ରାମ୍‌ + ୬୪ଜିବି ରୋମ୍‌) ଏବଂ (୬ଜିବି ରାମ୍‌ + ୧୨୮ଜିବି ରୋମ୍‌)।

ବ୍ୟାଟେରୀ

‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନରେ ୪୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି। ଯାହା ୧୮ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟଯୁକ୍ତ। ଅନ୍ୟପକ୍ଷରେ ‘ରେଡ୍‌ମି ନୋଟ୍‌ ୭ ପ୍ରୋ’ ରହିଛି ୪୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ।

 

Comment