ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଏହାର ପ୍ରଥମ ‘ୟୁ ସିରିଜ’ ଭାରତରେ ଲଞ୍ଚ କରିବାକୁ ଘୋଷଣା କରିଛି। ୟୁ ସିରିଜ ଅନ୍ତର୍ଗତ ଆସନ୍ତା ସେପ୍ଟେମ୍ବର ୨୪ରେ ଭିଭୋ ଭାରତରେ ଲଞ୍ଚ କରିବାକୁ ଯାଉଛି ବଜେଟ୍‌ ସ୍ମାର୍ଟଫୋନ ‘ଭିଭୋ ୟୁ୧୦’। ଲଞ୍ଚ ପୂର୍ବରୁ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ୱେବସାଇଟ୍‌ରେ ଲିଷ୍ଟ କରାଯାଇଛି।

ଲଞ୍ଚ ପୂର୍ବରୁ ଏହି ସ୍ମାର୍ଟଫୋନ ବିଷୟରେ ଅଧିକ ସୂଚନା ମିଳିପାରିନାହିଁ। ତେବେ ସେପ୍ଟେମ୍ବର ୨୪ରେ ଏହାକୁ ଆମଜନରେ ଲଞ୍ଚ କରାଯିବ। ଆମାଜନ୍‌ ଲିଷ୍ଟିଙ୍ଗ୍‌ ହିସାବରେ ଏହି ସ୍ମାର୍ଟଫୋନ୍‌ରେ ଅଧିକ ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜିର ସୁବିଧା ମିଳିବ। ସେହିପରି ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ ପ୍ରୋସେସର ରହିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଭାରତରେ ଏହି ସ୍ମାର୍ଟଫୋନର କେତୋଟି ଭାରିଏଣ୍ଟ ରିଲିଜ ହେବ ସେନେଇ କୌଣସି ସୂଜନା ମିଳିପାରିନାହିଁ। ବଜେଟ୍‌ ସ୍ମାର୍ଟଫୋନ ହୋଇଥିବାରୁ ‘ଭିଭୋ ୟୁ୧୦’ର ମୂଲ୍ୟ ୧୨ ହଜାରରୁ କମ୍‌ ହେବାରୁ ସମ୍ଭାବନା ରହିଛି।

Comment