ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ମୋଟୋରଓଲା ଆସନ୍ତା ସପ୍ତାହରେ ‘ୱାନ୍ ମାକ୍ରୋ’ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିପାରେ। ଏନେଇ ଏକ ଖବର ସାମ୍ନାକୁ ଆସିଛି। ‘ୱାନ୍ ମାକ୍ରୋ’ ସ୍ମାର୍ଟଫୋନର ବିଭିନ୍ନ ଫିଚର ବର୍ତ୍ତମାନ ଇଣ୍ଟରନେଟ୍‌ରେ ଲିକ୍‌ ହୋଇଛି। ସୂଚନା ଅନୁଯାୟୀ, ଏହା ଏକ ବଜେଟ୍‌ ସ୍ମାର୍ଟଫୋନ। ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ ଦିଆଯାଇଛି ଏବଂ ଏହା ଆସନ୍ତା ସପ୍ତାହରେ ଭାରତରେ ଲଞ୍ଚ ହେବ।

‘ୱାନ୍ ମାକ୍ରୋ’ ସ୍ମାର୍ଟଫୋନର ସ୍ପେସିଫିକେଶନ ଦେଖିବାକୁ ଗଲେ ଏଥିରେ ଟ୍ରିପଲ ରିୟର କ୍ୟାମେରା ରହିଛି। ୧୩ ମେଗାପିକ୍ସେଲର ପ୍ରାଇମେରୀ, ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ଏବଂ ୨ ମେଗାପିକ୍ସେଲର ଡେପ୍‌ଥ ସେନ୍ସର।

ଏହି ସ୍ମାର୍ଟଫୋନର ୩୨ ଜିବି ଏବଂ ୬୪ ଜିବି ଷ୍ଟୋରେଜ ସହ ୩ ଜିବି କିମ୍ବା ୪ ଜିବିର ଭାରିଏଣ୍ଟ ଲଞ୍ଚ ହୋଇପାରେ। ସେହିପରି ଏଥିରେ ମିଡଇଆ ଟେକ୍‌ ହେଲିଓ ପି୬୦ କିମ୍ବା ପି୭୦ ପ୍ରୋସେସର ଦିଆଯିବା ନେଇ ଖବର ଆସିଛି। ଏତିରେ ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି। ତେବେ ଏହା ଏକ ବଜେଟ୍‌ ସ୍ମାର୍ଟଫୋନ ହୋଇଥିବାରୁ ଏହାର ମୂଲ୍ୟ ୧୦ ହଜାର ଟଙ୍କା ଭିତରେ ରହିବ।

Comment