ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୧୯ ଜଣ ଓଏଏସ ଅଫିସରଙ୍କୁ ପଦୋନ୍ନତି ମିଳିଛି। ସେମାନେ ଏବେ ଆଇଏଏସ ହେବେ। କେନ୍ଦ୍ର ପର୍ସନେଲ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଜାନୁଆରି ୨୦୧୯ରୁ ଡିସେମ୍ବର ୨୦୧୯ ମଧ୍ୟରେ ରାଜ୍ୟରେ ଯେତେ ଆଇଏଏସ ପଦବୀ ଖାଲି ଥିଲା ସେହି ସବୁ ପଦବୀ ଏହି ୧୯ ଜଣ ଅଫିସର ପୂରଣ କରିବେ।

ଯେଉଁ ଓଏଏସମାନଙ୍କର ଆଇଏଏସକୁ ପଦୋନ୍ନତି ହୋଇଛି ସେମାନେ ହେଲେ ଗଣେଶ ଚନ୍ଦ୍ର ପାତ୍ର, ଶଶଧର ନାୟକ, ବିକାଶ ଚନ୍ଦ୍ର ମହାପାତ୍ର, ବ୍ରତତୀ ହରିଚନ୍ଦନ, ମନୋଜ କୁମାର ପଟ୍ଟନାୟକ, ମେରୀ ଲାକ୍ରା, ଦୟାନିଧି ନାୟକ, ଶ୍ରୀନିବାସ ବେହେରା, ଯୁଧିଷ୍ଠିର ନାୟକ, ଉଦୟ ନାରାୟଣ ଦାସ, ସୁଜାତା ସାହୁ, ଗଙ୍ଗାଧର ସାହୁ, ଅଶ୍ୱିନୀ କୁମାର ମିଶ୍ର, ରାମାଶିଷ ହାଜରା, ସୁଶାନ୍ତ କୁମାର ମହାନ୍ତି, ଜ୍ୟୋତି ପ୍ରକାଶ ଦାସ, ସିତାନସୁ କୁମାର ରାଉତ ଓ କୃଷ୍ଣ ପ୍ରସାଦ ପଟେଲ।

Comment