ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ବୁଧବାର ଭାରତରେ ଲଞ୍ଚ୍‌ କରିଛି ରେଡ୍‌ମି ୮ ସ୍ମାର୍ଟଫୋନ। ଭାରତରେ ଏହି ସ୍ମାର୍ଟଫୋନର ମୂଲ୍ୟ ହେଉଛି ୮,୯୯୯ଟଙ୍କା। ଏହା ଏକ ବଜେଟ୍‌ ସ୍ମାର୍ଟଫୋନ୍‌ ହୋଇଥିଲେ ମଧ୍ୟ ଏଥିରେ ଜବରଦସ୍ତ ଫିଚର ଦିଆଯାଇଛି।

ରେଡ୍‌ମି ୮ ସ୍ମାର୍ଟଫୋନରେ ରହିଛି ୪ଜିବି ରାମ୍‌ ଏବଂ ୬୪ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌। କମ୍ପାନି ଏହାକୁ ୮,୯୯୯ଟଙ୍କାରେ ଭାରତୀୟ ବଜାରକୁ ଛାଡ଼ିଛି। ତେବେ ପ୍ରଥମ ୫୦ ଲକ୍ଷ ୟୁନିଟ୍‌ ବିକ୍ରି ଯାଏଁ କମ୍ପାନି ଏହାକୁ ୭,୯୯୯ଟଙ୍କାରେ ବିକ୍ରି କରିବ। ଆସନ୍ତା ଅକ୍ଟୋବର ୧୨ରୁ ଏହାର ବିକ୍ରି ଆରମ୍ଭ ହେବ।

ତେବେ ଆସନ୍ତୁ ଜାଣିବା ରେଡ୍‌ମି ୮ ସ୍ମାର୍ଟଫୋନ୍‌ରେ କ’ଣ ଫିଚର ରହିଛି?

  • ୫.୨ ଇଞ୍ଚ ଏଚ୍‌ଡି ଡିସପ୍ଲେ
  • ଡଟ୍‌ ନଚ୍‌ ଡିସପ୍ଲେ
  • ଡୁଅଲ ରିୟର କ୍ୟାମେରା(୧୨ଏବଂ ୨ ମେଗାପିକ୍ସେଲ)
  • ସେଲ୍‌ଫି ପାଇଁ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା
  • ରିୟର ଫିଙ୍ଗରପ୍ରିଣ୍ଟ ସ୍କାନର
  • ଫେସ୍‌ଲକ୍‌ ଫିଚର
  • ୫୦୦୦ ଏମ୍‌ଏଏଚ୍‌ ବଡ଼ ବ୍ୟାଟେରୀ
  • ୧୮ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଟାଇପ୍‌-ସି ଚାର୍ଜର
  • ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୪୩୯ ପ୍ରୋସେସର

Comment