ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂଯୁକ୍ତ ଆରବ ଏମେରିଟସ୍‌(ୟୁଏଇ) ଭାରତୀୟ ରାଷ୍ଟ୍ରଦୂତ ନଭଦୀପ ସିଂହ ସୁରିଙ୍କୁ ୟୁଏଇର ସବୋର୍ଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାଏଦ’ରେ ସମ୍ମାନିତ କରିଛି। ଗୁରୁବାର ୟୁଏଇର ବିଦେଶ ଓ ଅନ୍ତରାଷ୍ଟ୍ରୀୟ ମନ୍ତ୍ରୀ ଏଚ୍‌ଏଚ୍‌ ଶେଖ ଅବ୍‌ଦୁଲ୍ ବିନ୍‌ ଜାୟଦ ଅଲ ନାହୟାନ ନଭଦୀପ ସିଂହ ସୁରିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ୟୁଏଇରେ ଥିବା ଭାରତୀୟ ଦୂତାବାସର କାର୍ଯ୍ୟ ଏବଂ ୟୁଏଇରେ ରହୁ ଥିବା ଭାରତୀୟ ବଂଶଭୋବଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ନଭଦୀପ ସିଂହ ସୁରିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇଥିବାରୁ ସୁରି ଗର୍ବ ଅନୁଭବ କରିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଭାରତୀୟ ରାଷ୍ଟ୍ରଦୂତ ନଭଦୀପ ସିଂହ ସୁରି ଚଳିତ ମାସରେ ନିଜ କାର୍ଯ୍ୟରୁ ଅବସର ନେବେ। ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ଦ୍ୱାରା  ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରି ନିବିଡ଼ ହୋଇପାରିବ।

Comment