ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ବଡ଼ ଖବର।

‘‘ହ୍ୟାଲୋ … ମୁଁ ପୋଲିସ ଡିଜି କହୁଛି’’

‘‘ଥାନା ବାବୁ ଆପଣଙ୍କୁ କେମିତି ବ୍ୟବହାର ପ୍ରଦର୍ଶନ କଲେ? କେମିତି ଭାଷା କହିଲେ? ଏଫ୍‌ଆଇଆର୍‌ କପିର ରସିଦ୍‌ ଦେଲେ କି? ଆପଣ କେତେ ମାର୍କ ଦେବେ?’’ ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଅଫିସରୁ ଅଭିଯୋଗକାରୀଙ୍କୁ ଫୋନ୍‌ କରି ଏମିତି ପ୍ରଶ୍ନ କରିଥିଲେ ପୋଲିସ ଡିଜି ବିଜୟ କୁମାର ଶର୍ମା। ଅଭିଯୋଗକାରୀଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣିଥିଲେ ଏବଂ କିଏ କ’ଣ କହିଲେ ତାକୁ ରେକର୍ଡ କରିଥିଲେ।

ଭୂମିକମ୍ପରେ ଦୋହଲିଗଲା ପିଓକେ – ୫ ମୃତ, ଅନେକ ଆହତ

ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ମଙ୍ଗଳବାର ଅପରାହ୍‌ଣ ୪.୩୫ରେ ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପିଓକେରେ ବଡ଼ ଧରଣର କ୍ଷୟକ୍ଷତି ଘଟାଇଛି। ବିଭିନ୍ନ ଘର ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତା ମଝିରୁ ଦୁଇ ପାଳ ହୋଇଯାଇଥିବା ସୂଚନ ମିଳିଛି। ଫଳରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଖବର ଆସିଛି।

ନର୍ସ ନିହାରିକା ହତ୍ୟା ମାମଲା – ଭଡ଼ାଘରେ ପହଞ୍ଚିଲା ଫରେନ୍ସିକ ଟିମ୍‌

ବହୁ ଚର୍ଚ୍ଚିତ ନିହାରିକା ହତ୍ୟା ମାମଲା ପୁଣି ମୁଣ୍ଡ ଟେକିଛି। ଅଧିକ ତଥ୍ୟ ପାଇଁ ପୁଣି ଆରମ୍ଭ ହୋଇଛି ଖୋଳତାଡ଼। ନିହାରିକାକୁ ହତ୍ୟା କରାଯାଇଥିବା କଟକ ଚାଉଳିଆଗଞ୍ଜସ୍ଥିତ ଭଡ଼ା ଘରେ ପହଞ୍ଚିଛି ଫରେନ୍ସିକ ଟିମ୍‌। ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ବୟଫ୍ରେଣ୍ଡ ରାଜାକୁ ଗିରଫ କରି ସାରିଛି ପୋଲିସ। ନିହାରିକାକୁ ୨ଗତ ୮ ତାରିଖରେ ଚାଉଳିଆଗଞ୍ଜସ୍ଥିତ ଅପର୍ଣ୍ଣାନଗରରେ ତଣ୍ଟି ଚିପି ହତ୍ୟା କରିବା ପରେ ବିରିଡ଼ି ବିଲୁଆଖାଇ ନଦୀ ପଠାରେ ଫୋପାଡ଼ ଦେଇଥିବା ନେଇ ପୋଲିସ ଆଗରେ ମାନିଥିଲା ରାଜା।

୧୦୮ ମେଗାପିକ୍ସେଲ କ୍ୟାମେରା, ଜବରଦସ୍ତ ଡିସପ୍ଲେ ସହ ଲଞ୍ଚ ହେଲା Mi MIX Alpha

ଚୀନ କମ୍ପାନି ସାଓମୀ ସ୍ମାର୍ଟଫୋନ ଦୁନିଆରେ କିଛି ଅଲଗା କରିବା ପାଇଁ ଚେଷ୍ଟା କରିଥାଏ। ତେବେ ସାଓମୀ ଏକ ଜବରଦସ୍ତ ସ୍ମାର୍ଟଫୋନ ଲଞ୍ଚ କରିଛି, ଯାହାର ନାଁ ‘ଏମ୍‌ଆଇ ମିକ୍ସ ଆଲ୍‌ଫା’। ଏହି ସ୍ମାର୍ଟଫୋନଟି ଆପଣଙ୍କୁ ଭବିଷ୍ୟତର ଅନୁଭବ ଦେବ। ଏହି ସ୍ମାର୍ଟଫୋନଟିର ଚାରିପାଖରେ ରହିଛି ଡିସପ୍ଲେ। ଯାହାକି ଗୋଟିଏ ସ୍କ୍ରିନ୍‌ରେ ତିଆରି ହେବା ଭଳି ଦୃଶ୍ୟମାନ ହୋଇଥାଏ।

ବିଗ୍ ବସ୍ ସିଜିନ୍-୧୩ ପାଇଁ ସଲମାନ୍ ନେବେ ୪୦୦ କୋଟି

ଆସନ୍ତା ସେପ୍ଟେମ୍ବର ୨୯ରେ ଶୁଭାରମ୍ଭ ହେବାକୁ ଯାଉଛି କଲର୍ସରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍ ସିଜିନ୍-୧୩। ଚଳିତ ସିଜିନରେ ଏହି ସୋ’ରେ କେତେଗୁଡ଼ିଏ ନୂଆ ପରିବର୍ତ୍ତନ ହୋଇଛି। ଏହା ଦର୍ଶକଙ୍କର ମନୋରଞ୍ଜନକୁ ଆହୁରି ଦ୍ୱିଗୁଣିତ କରିବ ବୋଲି ଆଶା କରାଯାଉଛି।

କାହିଁକି ହଟିଲେ ପ୍ରଣବ ବଳବନ୍ତରାୟ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଧାୟକ ରୋହିତ ପୂଜାରୀଙ୍କୁ ବିଧାନସଭାରେ ଦଳର ଉପ ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ଦେଇଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବଙ୍କ ସ୍ଥାନରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିଛି। ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ପୂଜାରୀ ପଞ୍ଚଦଶ ବିଧାନସଭାରେ ୨୦୧୪ରୁ ୨୦୧୯ ମଧ୍ୟରେ ବି ଉପମୁଖ୍ୟ ସଚେତକ ଥିଲେ। ବିଧାନସଭାରେ ଏବେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସରକାରଙ୍କ ମୁଖ୍ୟ ସଚେତକ ଅଛନ୍ତି।

ପ୍ରତି ବ୍ଲକରେ ହେବ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ

ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପାଇଁ ହେବ କ୍ୟାମ୍ପ। ଏହି କ୍ୟାମ୍ପ ସମସ୍ତ ବ୍ଲକ ଓ ସବଡିଭିଜନ ସ୍ତରରେ କରାଯିବ। ଏହି କ୍ୟାମ୍ପରେ ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ଦେବାର ବ୍ୟବସ୍ଥା ରହିବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

୨୬ ଓ ୨୭ ଖୋଲା ରହିବ ବ୍ୟାଙ୍କ୍

ବ୍ୟାଙ୍କ୍‌ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ୍ ସଂଘର କର୍ମଚାରୀମାନେ ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ୍ ବନ୍ଦ ପାଇଁ ଡାକରା ଦେଇଥିଲେ। ଏହି ଡାକରା ଅନୁସାରେ ଚଳିତ ମାସରେ କ୍ରମାଗତ ଭାବରେ ଚାରିଦିନ ପାଇଁ ସମସ୍ତ ସରକାରୀ ବ୍ୟାଙ୍କ୍ ବନ୍ଦ ରଖିବା ପାଇଁ ବ୍ୟାଙ୍କ୍ ସଂଘ ନିଷ୍ପତ୍ତି ନେଇଥିଲା। କିନ୍ତୁ ସରକାର ବ୍ୟାଙ୍କମାନଙ୍କର କିଛି ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ବ୍ୟାଙ୍କ୍ ସଂଘ ଧର୍ମଘଟରୁ ବିରତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଏହା ଫଳରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ହେବାକୁ ଥିବା ବନ୍ଦ ଡାକରାକୁ ପ୍ରତ୍ୟାହୃତ କରି ନେଇଛନ୍ତି ବ୍ୟାଙ୍କ୍ ସଂଘ।

ବିଜେପୁର ପାଇଁ କଂଗ୍ରେସ କଷିଲା ଗଣିତ, ପ୍ରାର୍ଥୀ ଘୋଷଣା ଖୁବ୍‌ ଶୀଘ୍ର

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ତତ୍ପର ହୋଇ ଉଠିଛି କଂଗ୍ରେସ। ବିଜେପୁରରେ ଉପଯୁକ୍ତ ପ୍ରାର୍ଥୀ ଦେଇ ଗଡ଼ ଦଖଲ କରିବାକୁ କଂଗ୍ରେସ ମାନସ ମନ୍ଥନ କରିଛି। ତେବେ କିଏ କଂଗ୍ରେସ ଟିକେଟ ନେବ ସେନେଇ କୌଣସି ଘୋଷଣା ହୋଇନି। ବୁଧବାର ସନ୍ଧ୍ୟା ସୁଦ୍ଧା ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ। ତେବେ ଦଳ ପୂର୍ବ ସ୍ଥିତିକୁ କେମିତି ଫେରିବ ସେନେଇ ରଣନୀତି ପ୍ରସ୍ତୁତ କରିଛି।

ସ୍ମୃତିରେ ପାଣୁ ମଉସା: ଦିନେ ତାଙ୍କ ଡାକରେ ଜଙ୍ଗଲରୁ ଧାଇଁ ଆସୁଥିଲେ ମୟୂର

ଆ ଆ ..ଆ ଆ ରାଜା ଆଆ….ଡାକରେ ସକାଳ, ସଞ୍ଜରେ ପାହାଡ ଆଖ ପାଖ ଜଙ୍ଗଲରୁ ଚାଲିଆସୁଥିଲେ ଦଳ ଦଳ ହୋଇ ମୟୂର ପଲ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମୟୂର ମଣିଷ ପାଣୁ ମଉସା। ଯିଏ ଶିଖାଇ ଦେଇଯାଇଛନ୍ତି  ନିଷ୍କପଟ ହୃଦୟରେ ଭଲ ପାଇବାର ଶକ୍ତି କେତେ। ଯାହା ଡାକରେ ଜଙ୍ଗଲରୁ ଦୌଡ଼ି ଆସୁଥିଲେ ମୟୂର। ହେଲେ ସେ ଏବେ ଏ ଦୁନିଆରେ ନାହାନ୍ତି। ୨୦୧୭ ମେ ୨୬ ତାଙ୍କର ମୃତ୍ୟୁ ହୋଇ ସାରିଛି।

ସମ୍ବଲପୁର: ସାମାନ୍ୟ ପାଟିତୁଣ୍ଡରୁ ଜଘନ୍ୟ ହତ୍ୟାକାଣ୍ଡ

ଝିମିଟି ଖେଳରୁ ମହାଭାରତ। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ। ସାମାନ୍ୟ ପାଟିତୁଣ୍ଡରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଭାଇ ଆହତ ହୋଇଛନ୍ତି।

ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା- ୩ ଅଟକ, ଆଜି ଘଟଣାସ୍ଥଳକୁ ଯିବେ ମହିଳା କମିଶନ ଅଧ୍ୟକ୍ଷା

ଜୁନାଗଡ଼ରେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଥିବା ୩ ଜଣଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ପଚରାଉଚରା କରୁଛି। ଅନ୍ୟପକ୍ଷରେ ଆଜି ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯିବେ ମହିଳା କମିଶନ ଅଧ୍ୟକ୍ଷା।

ଜୟପୁର: ଭାଜିଗୁଡ଼ା ଗାଁରେ ମଦ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଜୟପୁର ସଦର ଥାନା ଅନ୍ତର୍ଗତ କଙ୍ଗା ପଞ୍ଚାୟତର ଭାଜିଗୁଡ଼ା ଗ୍ରାମର ମହିଳାମାନେ ମଦ ମନ୍ଦ କରିବାକୁ ଏକାଠି ହେଲେ। ଭାଜପା ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ନେତୃତ୍ୱରେ ମହିଳାମାନେ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଉପ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅବକାରି ବିଭାଗକୁ ସାକ୍ଷାତ କରି ଦାବି କରିବା ସହ  ଜୟପୁର ସଦର  ଥାନାର ଦ୍ୱାରସ୍ଥ ହୋଇଥିଲେ।

ରାଜନୀତିରେ ପ୍ରବେଶ କରିଥିବା ଭାରତୀୟ କ୍ରିକେଟର

ଭାରତରେ ଦୁଇପ୍ରକାରର ବ୍ୟକ୍ତି ଖୁବ୍ ପରିଚିତ। ଜଣେ ହେଲେ ରାଜନେତା ଓ ଜଣେ ହେଲେ କ୍ରିକେଟର। ଯେଉଁ ଲୋକ ରାଜନୀତି କରି ରାଜନେତା ହୋଇଥିବ କିମ୍ବା ଯେଉଁ ବ୍ୟକ୍ତି ରାଜ୍ୟ ତଥା ଦେଶ ପାଇଁ କ୍ରିକେଟ ଖେଳୁଥିବ ସେମାନେ ଲୋକଙ୍କ ଆଗରେ ବେଶ୍ ପରିଚିତ୍ ହୋଇଯାଆନ୍ତି।

Comment