ଓଡ଼ିଶାଲାଇଭ୍ ବ୍ୟୁରୋ

ଝିମିଟି ଖେଳରୁ ମହାଭାରତ। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ। ସାମାନ୍ୟ ପାଟିତୁଣ୍ଡରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଭାଇ ଆହତ ହୋଇଛନ୍ତି।

ଦୁଇ ମୃତକମାନେ ହେଲେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଦୁଇ ଆହତ ହେଲେ ବିଭୂତି ଭୂଷଣ କୁମରା ଓ ନନ୍ଦଲାଲ ଭୁଏ। ଆହତ ଦ୍ଵୟଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୋମବାର ରାତିରେ ଏହି ଚାରି ଭାଇଙ୍କର ଅନ୍ୟ ଗୋଟେ ପରିବାର ସହ ପାଟିତୁଣ୍ଡ ହେଉଥିଲା। ଏହା ପରେ ସେହି ପରିବାର ଲୋକ ଏମାନଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ। ଗୋଡ଼ାଇ ଗୋଡ଼ାଇ ସେମାନେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ। ଏହାସହ ଅଭିଯୁକ୍ତମାନେ ବିଚ୍‌ ରାସ୍ତାରେ ଚାରି ଜଣଙ୍କୁ ଗୋଡ଼କୁ ଏକ କାଠ ଉପରେ ରଖି ହାଣିଦେଇଥିଲେ। ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଭାଇ ଗୁରୁତର ଭାବେ ଆହତ ହୋଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଅଟକ ରଖିଛି। ଅଧିକ ତଦନ୍ତ ପରେ ଘଟଣାର ଅଧିକ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

ସମ୍ବଲପୁର ଏସ୍‌ପି କନ୍‌ଓ୍ୱର ବିଶାଳ ସିଂହ କହିଛନ୍ତି, ‘‘ଏହି ହତ୍ୟା ଘଟଣାର ଛାନବିନ୍‌ କରିବା ପାଇଁ ୪ଟି ଟିମ୍‌ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଗିରଫ ହେବ। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଗାଁରେ ଫୋସଁ ମୁତୟନ କରାଯାଇଛି।’’

Comment