ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ କମ୍ପାନି ସାଓମୀ ସ୍ମାର୍ଟଫୋନ ଦୁନିଆରେ କିଛି ଅଲଗା କରିବା ପାଇଁ ଚେଷ୍ଟା କରିଥାଏ। ତେବେ ସାଓମୀ ଏକ ଜବରଦସ୍ତ ସ୍ମାର୍ଟଫୋନ ଲଞ୍ଚ କରିଛି, ଯାହାର ନାଁ ‘ଏମ୍‌ଆଇ ମିକ୍ସ ଆଲ୍‌ଫା’। ଏହି ସ୍ମାର୍ଟଫୋନଟି ଆପଣଙ୍କୁ ଭବିଷ୍ୟତର ଅନୁଭବ ଦେବ। ଏହି ସ୍ମାର୍ଟଫୋନଟିର ଚାରିପାଖରେ ରହିଛି ଡିସପ୍ଲେ। ଯାହାକି ଗୋଟିଏ ସ୍କ୍ରିନ୍‌ରେ ତିଆରି ହେବା ଭଳି ଦୃଶ୍ୟମାନ ହୋଇଥାଏ।

‘ଏମ୍‌ଆଇ ମିକ୍ସ ଆଲ୍‌ଫା’ ସ୍ମାର୍ଟଫୋନରେ ୱାଟର ଫଲ୍‌ ଡିସପ୍ଲେ ଦିଆଯାଇଛି। ସ୍ମାର୍ଟଫୋନର ସାଇଡ୍‌ ବାର୍‌ରେ ଆପଣଙ୍କୁ ନେଟ୍‌ୱର୍କ ସିଗ୍ନାଲ ଏବଂ ବ୍ୟାଟେରୀ ପର୍ସେଣ୍ଟେଜ୍‌ ଭଳି ନୋଟିଫିକେଶନ ଆଇକନ୍‌ ରହିଛି। ଏହି ସ୍ମାର୍ଟଫୋନରେ ସେଲ୍‌ଫି କ୍ୟାମେରା ନାହିଁ। ଫୋନକୁ ବୁଲାଇ ରିୟର କ୍ୟାମେରାରେ ଆପଣ ସେଲ୍‌ଫି ଉଠାଇ ପାରିବେ। କାହିଁକି ନାଁ ଏହା ପଛପଟେ ମଧ୍ୟ ଡିସପ୍ଲେ ରହିଛି।

‘ଏମ୍‌ଆଇ ମିକ୍ସ ଆଲ୍‌ଫା’ ସ୍ମାର୍ଟଫୋନର ଆଉ ଏକ ଖାସ୍‌ କଥା ହେଉଛି ଏଥିରେ ୧୦୮ ମେଗାପିକ୍ସେଲ ରିୟର କ୍ୟାମେରା ରହିଛି। ଅଳ୍ପ ଆଲୋକରେ ଭଲ ଫଟୋ ଉଠାଇବା ପାଇଁ ଏହି କ୍ୟାମେରା ଖାସ୍‌ ଡିଜାଇନ୍‌ ସହ ପ୍ରସ୍ତୁତ କରାଯାଇଛି।

‘ଏମ୍‌ଆଇ ମିକ୍ସ ଆଲ୍‌ଫା’ରେ କ୍ୱାଲକମ୍ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯାଇଛି। ଏହି ସ୍ମାର୍ଟଫୋନରେ ୫ଜି କନେକ୍ଟିଭିଟି ସପୋର୍ଟ ରହିଛି। ଏହି ସ୍ମାର୍ଟଫୋନରେ ୧୨ ଜିବି ରାମ୍‌ ଥିବା ବେଳେ ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ରହିଛି ୫୧୨ ଜିବି। ଏଥିରେ ରହିଛି ୪,୦୫୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଥିବା ବେଳେ ୪୦ୱାଟ୍‌ର ଫାଷ୍ଟ୍‌ ଚାର୍ଜିଂର ସପୋର୍ଟ ରହିଛି।

କମ୍ପାନି ପକ୍ଷରୁ ‘ଏମ୍‌ଆଇ ମିକ୍ସ ଆଲ୍‌ଫା’କୁ କନସେପ୍ଟ ସ୍ମାଟଫୋନ ବୋଲି କୁହାଯାଉଛି। ଏହା ସାଧାରଣ ଲୋକଙ୍କ ପାଇଁ କେବେ ଲଞ୍ଚ କରାଯିବ ସେନେଇ କୌଣସି ସୂଚନା ମିଳିପାରିନାହିଁ। ହେଲେ ଲଞ୍ଚ ସମୟରେ ଏହି ସ୍ମାର୍ଟଫୋନ ସାଓମୀ କମ୍ପାନିର ସିଇଓ ଲି ଜୁନ୍‌ଙ୍କ ପାଖରେ ଥିଲା। ଭାରତୀୟ ମୁଦ୍ରା ଅନୁଯାୟୀ ‘ଏମ୍‌ଆଇ ମିକ୍ସ ଆଲ୍‌ଫା’ର ମୂଲ୍ୟ ପାଖାପାଖି ୧.୯୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

Comment