ଓଡ଼ିଶାଲାଇଭ ବ୍ୟୁରୋ

ବହୁ ଚର୍ଚ୍ଚିତ ନିହାରିକା ହତ୍ୟା ମାମଲା ପୁଣି ମୁଣ୍ଡ ଟେକିଛି। ଅଧିକ ତଥ୍ୟ ପାଇଁ ପୁଣି ଆରମ୍ଭ ହୋଇଛି ଖୋଳତାଡ଼। ନିହାରିକାକୁ ହତ୍ୟା କରାଯାଇଥିବା କଟକ ଚାଉଳିଆଗଞ୍ଜସ୍ଥିତ ଭଡ଼ା ଘରେ ପହଞ୍ଚିଛି ଫରେନ୍ସିକ ଟିମ୍‌।

ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ବୟଫ୍ରେଣ୍ଡ ରାଜାକୁ ଗିରଫ କରି ସାରିଛି ପୋଲିସ। ନିହାରିକାକୁ ୨ଗତ ୮ ତାରିଖରେ ଚାଉଳିଆଗଞ୍ଜସ୍ଥିତ ଅପର୍ଣ୍ଣାନଗରରେ ତଣ୍ଟି ଚିପି ହତ୍ୟା କରିବା ପରେ ବିରିଡ଼ି ବିଲୁଆଖାଇ ନଦୀ ପଠାରେ ଫୋପାଡ଼ ଦେଇଥିବା ନେଇ ପୋଲିସ ଆଗରେ ମାନିଥିଲା ରାଜା।

ଏହାପରେ ପୋଲିସ ରାଜାକୁ ଗିରଫ କରି ଜଗତସିଂହପୁର ଆଳିପିଙ୍ଗଳ ଜେଲକୁ ପଠାଇ ଦେଇଥିଲା। ତେବେ ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ଫରେନ୍ସିକ ଟିମ୍‌ ହତ୍ୟା କରାଯାଇଥିବା ଭଡ଼ା ଘରେ ପହଞ୍ଚିଛି।

Comment