ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍।

ଭୁବନେଶ୍ଵର, ବାଲେଶ୍ଵର, ସୋନପୁର, ଜଗତସିଂହପୁର, ଅଫିସ ସମେତ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ। ରେଡ୍‌ରେ ୨ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ ୬ ଜଣ ଏଏସଆଇ ସାମିଲ ହୋଇଛନ୍ତି ।

ଭୁବନେଶ୍ଵର ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍ ଛାନଭିନ୍ ଚଳାଇଛନ୍ତି। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ଵର ହର୍ଷପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟରେ ଚଢ଼ାଉ ଚାଲିଛି।

ଏହାସହ ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ଵର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘରେ ଏକା ସାଙ୍ଗରେ ଚଢ଼ାଉ ଚାଲିଛି।

Tags: #VigilanceRaid #DeputyCollector #Jagatsinghpur #Raids #Odisha

LEAVE A REPLY

Please enter your comment!
Please enter your name here