ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ମହିଳା ଫୋରମ ଏବଂ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ମିଳିତ ଆନୁକୂଲ୍ୟରେ ଜଗତସିଂହପୁରର ବାଗଲପୁର ହାଇସ୍କୁଲଠାରେ ୮ ଦିନିଆ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।

କମ୍ପ୍ୟୁଟର ପ୍ରଶିକ୍ଷଣ ନେବାକୁ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କୁ ପ୍ରଶିକ୍ଷଣ ନିମନ୍ତେ ଆବଶ୍ୟକ କିଟ୍ ପ୍ରଦାନ କରାଯାଇଛି। ୟୁସିସିଆଇ ମହିଳା ଫୋରମ ତରଫରୁ ବିଦ୍ୟାର୍ଥୀମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟାଯାଇଥିଲା।

ଏହି ଆବସରରେ ଆୟୋଜିତ ଉଦଘାଟନୀ ସଭାରେ ୟୁସିସିଆଇ ମହିଳା ଫୋରମର ଅଧ୍ୟକ୍ଷା ସ୍ଵର୍ଣ୍ଣପ୍ରଭା ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଡକ୍ଟର ଭାରତୀ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବର୍ତ୍ତମାନ ସମୟରେ କମ୍ପ୍ୟୁଟର ଶିକ୍ଷାର ଗୁରୁତ୍ଵ ବିଷୟରେ ନିଜ ମତ ରଖିଥିଲେ। ୟୁସିସିଆଇ ମହିଳା ଫୋରମର ସମ୍ପାଦିକା ରୀତା ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଚେୟାରମ୍ୟାନ ସୁଶାନ୍ତ କୁମାର ରାଉତ ଓ ପରାମର୍ଶଦାତା ବିଧୁ ଭୂଷଣ, ୟୁସିସିଆଇ ମହିଳା ଫୋରମର ଉପାଧ୍ୟକ୍ଷା ନମିତା ମହାପାତ୍ର, କୋଷାଧ୍ୟକ୍ଷା ଶ୍ଵେତା ଦାସ, ସଦସ୍ୟା ମିନତୀ ଦାସ ଏବଂ ବଗଲପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଏହିଭଳି କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇଟି ଜ୍ଞାନକୌଶଳ ବୃଦ୍ଧି ହେବ। ସମାଜ ମଙ୍ଗଳ ଉଦ୍ଦେଶ୍ୟରେ ୟୁସିସିଆଇ ମହିଳା ଫୋରମ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି।

Tags: #UtkalChamberofCommerceandIndustry #UCCILadiesForum #LakshyaInsituteofTechnology #ComputerTrainingProgram #BagalpurHighSchool #Jagatsinghpur #ComputerEducation

Comment