ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନାଗଡ଼ରେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଥିବା ୩ ଜଣଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ପଚରାଉଚରା କରୁଛି। ସେପଟେ ଆଜି ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯିବେ ମହିଳା କମିଶନ ଅଧ୍ୟକ୍ଷା।

କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଞ୍ଚଳରେ ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା। ଜଣେ ଯୁବତୀଙ୍କୁ ଜାରିଙ୍ଗ ଜଙ୍ଗଲକୁ ଟେକି ନେଇ କିଛ ୫ରୁ ୬ ଜଣ ଯୁବକ ଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କରାଯିବା ସହ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ପୀଡ଼ିତା ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ।

୧୪ ତାରିଖ ଦିନ ଭବାନୀପାଟଣାରୁ ଅପରାହ୍‌ଣ ୨ଟା ସମୟରେ ଘରକୁ ଫେରୁଥିଲା ବେଳେ ୫ରୁ ୬ ଜଣ ଯୁବକ ତାଙ୍କୁ ଜାରିଙ୍ଗ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ସେ ପୋଲିସକୁ କହିଥିଲେ।

Comment