ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ ସୁଷମା। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ଗୋବିନ୍ଦଙ୍କ ଆତ୍ମହତ୍ୟା ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ।

ସୁଷମା କହିଛନ୍ତି ଯେ, “ମୋ ସ୍ଵାମୀ ମାନସିକ ଭାବେ ବହୁତ ଶକ୍ତିଶାଳୀ। ସେ ଆତ୍ମହତ୍ୟା କରିବା ମୁଁ ସହଜରେ ଗ୍ରହଣ କରିପାରୁନାହିଁ। ତାଙ୍କୁ ଯୋଜନା ଅନୁସାରେ ହତ୍ୟା କରାଯାଇଛି। ମୋ ସ୍ଵାମୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଦାୟୀ। ଜେଲରେ କଡ଼ା ସୁରକ୍ଷା ଭିତରେ ଥାଇ ସେ କିପରି ଆତ୍ମହତ୍ୟା କଲେ ? ଏଥି ପାଇଁ ପୋଲିସ ଦାୟୀ। କିଏ କରିଛି ମୁଁ କହି ପାରିବିନି। ଗତକାଲି ୧୧ ଟାରେ ଘରକୁ ଫୋନ କରି ସବୁ ପଚାରିଥିଲେ। ଯେଉଁମାନେ ମୋ ସ୍ଵାମୀଙ୍କୁ ରଖିଥିଲେ ସେମାନେ ତାଙ୍କୁ ସୁରକ୍ଷା ଦେଇ ନାହାନ୍ତି। ମୋ ସ୍ଵାମୀଙ୍କୁ ନ୍ୟାୟ ଦରକାର।”

କଳାହାଣ୍ଡି ଜିଲ୍ଲା କେ ଗାଁରେ ଏତଲା ଦେଇ ସୁଷମା କହିଛନ୍ତି, “ମୋ ସ୍ଵାମୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ସେ ଆତ୍ମହତ୍ୟା କରିନାହାନ୍ତି। ବରଂ ତାଙ୍କୁ ହତ୍ୟା କରାଯାଇଛି।”

ମମିତାଙ୍କୁ ଗୋବିନ୍ଦ ହତ୍ୟା କରିନାହାନ୍ତି। ସେ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ ସୁଷମା।

Tags: #GovindaSahoo #UnnaturalDeath #MamitaMeherMurderCase #Kalahandi #Balangir #Odisha

LEAVE A REPLY

Please enter your comment!
Please enter your name here