ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ରୁଗୁଡ଼ିଢିପା ସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ‘କଲେକ୍ସନ-୩୦’ ନାମକ ସମୂହ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଜୁନ ୨୨ ତାରିଖ ଯାଏଁ ଚାଲିବ।

ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ଭବାନୀପାଟଣା ଜିଲ୍ଲାରୁ ମନୋନୀତ ୯ ଜଣ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୩୫ଟି କଳାକୃତି ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି। ବରଗଡ଼ ଜିଲ୍ଲାର ଶିଳ୍ପୀ କେଦାର ନାଏକଙ୍କ ୪ଟି ଚିତ୍ରକଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଚିତ୍ରଶିଳ୍ପୀ ବାସୁଦେବ ମେହେର ଓ ବଲାଙ୍ଗିର ଜିଲ୍ଲାର ରଶ୍ମି ରଞ୍ଜନ ମିଶ୍ର ପ୍ରଦର୍ଶନୀର ଉଦଘାଟନ କରିଥିଲେ। ଅତିଥିମାନେ ଯୁବଶିଳ୍ପୀଙ୍କ ଚିତ୍ରକଳା ପରିଦର୍ଶନ କରି ସେମାନଙ୍କ କୌଶଳ, ଭାବନା ଓ ସୃଜନାତ୍ମକତାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହିଭଳି ପ୍ରଦର୍ଶନୀ ଯୁବଶିଳ୍ପୀମାନଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିବ ବୋଲି ଅତିଥିମାନେ କହିଥିଲେ।

Tags #ArtExhibition #GroupArtExhibition #Collection30 #Balangir #Odisha

Comment