ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ରବିବାର ବିଳମ୍ବିତ ରାତିରେ କେନାଲ ଭାଙ୍ଗି ଯିବାରୁ ସ୍ଥାନୀୟ ଅଞ୍ଚଳରେ ପାଣି ପଶି ଯାଇଛି। ଏଥିରେ ଦେପୁର ଓ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।

ତେବେ କେନାଲ ଭାଙ୍ଗିବାପରେ ହଜାର ହଜାର କ୍ୟୁସେକ ଜଳ ଦେପୁର ଗାଁ ଭିତରେ ପଶିବାକୁ ଲାଗିଥିଲା। ଲୋକଙ୍କ ଘରେ ମଧ୍ୟ ପାଣି ପଶିଯିବାରୁ ଘର ସାମଗ୍ରୀ, ଆସବାବପତ୍ର ନଷ୍ଟ ହୋଇଛି। ଗାଁ ରାସ୍ତା ଉପରେ ୫ ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଛି।

ତେବେ ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ପାଣି ପଶିବାରୁ ଲୋକେ ଏହା ଜାଣି ପରି ନଥିଲେ। କିଛି ଲୋକ ଘରୁ ବାହାରି ଯାଇଥିବାବେଳେ ଆଉ କିଛି ପରିବାର ଘରେ ଫସି ରହିଯାଇଥିଲେ। ପରେ ସେମାନଙ୍କୁ ଦମକଳ ବାହିନୀ ଉଦ୍ଧାର କରିଥିଲେ।

ତେବେ ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ପାଇଁ ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଇନ୍ଦ୍ରାବତୀ ଦକ୍ଷିଣ କେନାଲକୁ କିଛି ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ହେଲେ ଅଳ୍ପ ସମୟ ମଧ୍ୟରେ ଏଥିରେ ଘାଇ ସୃଷ୍ଟି ହୋଇ ଏହା ଭାଙ୍ଗିଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Tags: #IndrabatiRightCanal #Kalahandi #CanalBreak #Flooding #Odisha

LEAVE A REPLY

Please enter your comment!
Please enter your name here