ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ସଦର ଥାନା ଅନ୍ତର୍ଗତ କଙ୍ଗା ପଞ୍ଚାୟତର ଭାଜିଗୁଡ଼ା ଗ୍ରାମର ମହିଳାମାନେ ମଦ ମନ୍ଦ କରିବାକୁ ଏକାଠି ହେଲେ। ଭାଜପା ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ନେତୃତ୍ୱରେ ମହିଳାମାନେ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଉପ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅବକାରି ବିଭାଗକୁ ସାକ୍ଷାତ କରି ଦାବି କରିବା ସହ  ଜୟପୁର ସଦର  ଥାନାର ଦ୍ୱାରସ୍ଥ ହୋଇଥିଲେ।

ସଦର ଥାନା ଅଧିକାରୀ ଶିବ ଶଙ୍କର ସାହୁ ସହ ସାକ୍ଷାତ କରି ମହିଳାମାନେ ମଦ ବନ୍ଦ କରିବା ପାଇଁ ଦାବି ରଖିଥିଲେ। ଏନେଇ ଥାନା ଅଧିକାରୀ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ମହିଳାଙ୍କ କହିବା ଅନୁଯାୟୀ ପୁରୁଷମାନେ ଯାହା ଟଙ୍କା ଆଣୁଛନ୍ତି, ସବୁ ଟଙ୍କା ମଦ ଭାଟିକୁ ଯାଉଛି। ଏହାସହ ମଦ ପିଇ ଘରେ ସ୍ତ୍ରୀ ପିଲାକୁ ମାଡ଼ ମାରିବା ସହ ଚୋରି ବି ବଢ଼ୁଛି। ଏନେଇ ବାରମ୍ବାର ଜଣାଇଲେ ମଧ୍ୟ ଗ୍ରାମରେ ଦେଶୀ ମଦ ଓ ବେଆଇନ୍‌ ଭାବେ ବିଦେଶୀ ମଦ ବିକ୍ରି ଚାଲୁଛି। ତେଣୁ ଏହାକୁ ରୋକା ନଗଲେ ଆଗାମି ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବୁ ମହିଳାମାନେ ଚେତାବନୀ ଦେଇଛନ୍ତି।

Comment