ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପାବଳିକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ଓପୋ’ ଏହାର ଏଫ୍‌୧୧ ଏବଂ ଏଫ୍‌୧୧ ପ୍ରୋ ସ୍ମାର୍ଟଫୋନର ମୂଲ୍ୟ ଶସ୍ତା କରିଛି। ପାଖାପାଖି ୨ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ସ୍ମାର୍ଟଫୋନରେ ରିହାତି ଦିଆଯାଇଛି। କିଛି ଦିନ ତଳେ ‘ଓପୋ ଏଫ୍‌୧୧’ର ୪ଜିବି ରାମ୍‌ ଭାରିଏଣ୍ଟର ମୂଲ୍ୟ କମାଯାଇଥିଲା। ଏବେ କମ୍ପାନି ୬ଜିବି ରାମ୍‌ ଭାରିଏଣ୍ଟର ଦାମ୍‌ କମାଇବାକୁ ନିଷ୍ପତ୍ତି ନେଇଛି। ସୁବୁଠୁ ଖାସ୍‌ କଥା ହେଉଛି, ଏହା ସୀମିତ ସମୟ ପାଇଁ ନୁହେଁ ବରଂ ସବୁଦିନ ପାଇଁ ଏହି ଦୁଇଟି ସ୍ମାର୍ଟଫୋନ ଶସ୍ତା ହୋଇଛି।

ଓପୋ ଏଫ୍‌୧୧ ପ୍ରୋର ଜିବି ରାମ୍‌ ଏବଂ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୨ ହଜାର ଟଙ୍କା କମିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୨୧,୯୯୦ ଟଙ୍କା ଥିଲା, ଯାହାକୁ ଗ୍ରାହକ ବର୍ତ୍ତମାନ ୧୯,୯୯୦ ଟଙ୍କାରେ କିଣି ପାରିବେ।

ସେହିପରି ଓପୋ ଏଫ୍‌୧୧ର ୬ଜିବି ରାମ୍‌ ଓ ୧୨୮ ଜିବି ରୋମ୍‌ର ମୂଲ୍ୟ ୧ ହଜାର ଟଙ୍କା କମିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୧୭,୯୯୦ ଟଙ୍କା ଥିଲା, ଯାହାକୁ ଗ୍ରାହକ ବର୍ତ୍ତମାନ ୧୬,୯୯୦ ଟଙ୍କାରେ କିଣି ପାରିବେ।

ଚଳିତ ବର୍ଷ ଆରମ୍ଭରେ ‘ଓପୋ’ ଏହାର ଏଫ୍‌୧୧ ଏବଂ ଏଫ୍‌୧୧ ପ୍ରୋ ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିଥିଲା। ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ଫିଚର ଏବଂ ସ୍ପେସିଫିକେସନ ବିଷୟରେ।

  • ୬.୫୩ ଇଞ୍ଚ ଏଚ୍‌ଡି ପ୍ଲସ ଏଲ୍‌ସିଡି ଡିସପ୍ଲେ
  • ୨୩୪୦x୧୦୮୦ ପିକ୍ସେଲ ରିଜଲ୍ୟୁସନ
  • ମିଡିଆ ଟେକ୍‌ ହେଲିଓ ପି୭୦ ପ୍ରୋସେସର
  • ୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା
  • ଏଫ୍‌୧୧ ପ୍ରୋରେ ପପ୍‌-ଅପ୍‌ ସେଲ୍ଫି କ୍ୟାମେରା
  • ଡୁଅଲ ରିୟର କ୍ୟାମେରା(୪୮, ୫ ମେଗାପିକ୍ସେଲ)
  • ଏଫ୍‌୧୧ରେ ୪୦୨୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ଏଫ୍‌୧୧ ପ୍ରୋରେ ୪୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ

Comment