ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହଙ୍ଗା ହେବ ଓମଫେଡ କ୍ଷୀର ଦାମ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଓମଫେଡ କ୍ଷୀରର ମୂଲ୍ୟ ବୃଦ୍ଧି କରିପାରନ୍ତି। ଏନେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,”ରାଜ୍ୟର ଘରୋଇ ଦୁବ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଦି କରିଥିବାରୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବା ନେଇ ବିଚାର କରୁଛନ୍ତି। ତେବେ ଖାଉଟି ଏବଂ ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓମଫେଡ କ୍ଷୀର ଦର ନିର୍ଦ୍ଧାରଣ କରାଯିବ।”

ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଦୁଗ୍ଧଚାଷୀମାନେ ଓମଫେଡ କ୍ଷୀର ଦର ବଢ଼ାଇବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବାକୁ ବିଚାର କରିଛନ୍ତି। ତେବେ କେତେ ଟଙ୍କା ବଢ଼ିବ ସେ ନେଇ ମନ୍ତ୍ରୀ ଅରୁଣ ସାହୁ କୌଣସି ସୂଚନା ଦେଇନାହାନ୍ତି।

LEAVE A REPLY

Please enter your comment!
Please enter your name here