ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁରଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଗୋପବନ୍ଧୁ ଶିଶୁ ସଦନ ସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛି। ହଷ୍ଟେଲର ଗାଧୁଆଘରୁ ଉକ୍ତ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରର ନାଁ ଜୟଧର ଜାନୀ ବୋଲି ଜଣା ପଡ଼ିଛି।

ଜୟଧର ଜାନୀର  ବୟସ ୧୫  ବର୍ଷ ହେବ। ସେ ଦୀର୍ଘ ୭ ବର୍ଷ ହେଲା ଗୋପବନ୍ଧୁ ଶିଶୁ ସଦନ ସ୍କୁଲରେ ରହି ଆସୁଥିଲା। ତା’ର ଘର ବୋରିଗୁମ୍ମା ଥାନା ଅନ୍ତର୍ଗତ କାଠରଗଡ଼ା ପଞ୍ଚାୟତର ଦୁଆରଷୁଣି ଗାଁରେ। ସୂଚନା ମୂତାବିକ ଜୟଧର ଜଣେ ଅନାଥ ଥିଲେ।

ଗତ ରାତିରେ ଜୟଧର ହଷ୍ଟେଲରେ ଦେଖିବାକୁ ମିଳିନଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନେ ଖୋଜାଖୋଜି କରିବା ପରେ ହଷ୍ଟେଲ ଗାଧୁଆ ଘରୁ ଜୟଧରଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ପାଇବା ପରେ ବିଡିଓ, ଜିଲ୍ଲା ଶିଶୁ ମଙ୍ଗଲ ସମିତି ଅଧ୍ୟକ୍ଷା ଗାୟତ୍ରୀ ଦେବୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ରାଜଶ୍ରୀ ଦାସ ପହଞ୍ଚି ଥିଲେ। ପୋଲିସ୍‌ ଜୟଦେବଙ୍କ ଶବକୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ କରାଯାଇଛି। ଶବ ବ୍ୟବଛେଦ ପରେ ଜିଲା ଶିଶୁ ସୁରକ୍ଷା ଅଧିକାରି ରାଜଶ୍ରୀ ଦାସ ମୁଖାଗ୍ନି ଦେଇ ଜୟରଥଙ୍କ ଶବ ସତ୍କାର କରିଛନ୍ତି। ଏହିଘଟଣା ପରେ ଶିଶୁ ସଦନରେ ଶୋକ ଛାୟା ଖେଳି ଯାଇଛି।

Comment