ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମ ଥର ପାଇଁ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ତେବେ କୋଭିଡ୍ କଟକଣା ଯୋଗୁ ଭକ୍ତମାନେ ସିଧାସଳଖ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଡିଜିଟାଲ ପ୍ଲାଟ୍‌ଫର୍ମରେ ବେଶର ସିଧାପ୍ରସାରଣ କରାଯାଉଛି।

୧୯୭୨ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେ ନାଗାର୍ଜୁନ ବେଶ ହୋଇନଥିଲା। ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ଶ୍ରୀଜୀଉମାନେ ନାଗା ବେଶରେ ସଜ୍ଜିତ ହୋଇଛନ୍ତି।ସେହିପରି ଜୟପୁର ଜଗନ୍ନାଥ ମନ୍ଦିରରରେ ଶ୍ରୀଜୀଉଙ୍କୁ ନାଗାର୍ଜୁନ ବେଶରେ ସଜ୍ଜିତ କରାଯାଇଛି। ଏଠାରେ ମଧ୍ୟ ପ୍ରଥମ ଥର ଶ୍ରୀଜିଉଙ୍କୁ ଏପରି ବେଶ ଲାଗି କରାଯାଇଛି। ତେବେ ଭକ୍ତମାନେ ଏହି ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ହୋଇଛନ୍ତି। କୋଭିଡ୍ ନିୟମ ଯୋଗୁ ଭକ୍ତମାନଙ୍କୁ ମନ୍ଦିରରେ ପ୍ରବେଶ ମନା ହୋଇଛି।

ଆଜି ଅପରାହ୍ନରେ ଅନ୍ନ ଭୋଗ ପରେ ପ୍ରଭୁଙ୍କୁ ନାଗାର୍ଜୁନ ବେଶ କରାଯାଇଥିଲା। ଏହି ବେଶ ପାଇଁ ଦୁଇ ଘଣ୍ଟା ସମୟ ଲାଗିଥିଲା। ମହାପ୍ରଭୁ ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ବେଶରେ ରହିବେ ବୋଲି ସୂଚନା ମିଳିଛି। ସମସ୍ତ ନୀତିକାନ୍ତି ସହକାରେ ଶ୍ରୀଜୀଉଙ୍କୁ ପୂଜା ପାଠ କରାଯାଉଥିବା ଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ଡମ୍ବରୁଧର ପଣ୍ଡା ଓ ସେବାୟତ ଜଗନ୍ନାଥ ତ୍ରିପାଠୀ ସୂଚନା ଦେଇଛନ୍ତି।

Comment