ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଭୋ କମ୍ପାନି ଏହାର Vivo U10 ସ୍ମାର୍ଟଫୋନର ଅପ୍‌ଗ୍ରେଡେଡ୍‌ ଭର୍ସନକୁ ଚଳିତ ନଭେମ୍ବର ମାସରେ ଭାରତରେ ଲଞ୍ଚ୍‌ କରିବ। ଏହି ସ୍ମାର୍ଟଫୋନର ନାଁ ରହିଛି Vivo U20। ଆସନ୍ତା ନଭେମ୍ବର ୨୨ରେ ଭାରତରେ ଏହି Vivo U20 ସ୍ମାର୍ଟଫୋନ ଲଞ୍ଚ୍‌ ହେବ। ଏନେଇ କମ୍ପାନି ପକ୍ଷରୁ ବିଜ୍ଞାପନ ମାଧ୍ୟମରେ ସ୍ମାର୍ଟଫୋନର କିଛି ଫିଚର ବିଷୟରେ ସୂଚନା ଦିଆଯାଇଛି।

Vivo U20 ସ୍ମାର୍ଟଫୋନର ସବୁଠୁ ଖାସ୍‌ ଫିଚର ହେଉଛି ଏହାର ପ୍ରୋସେସର ଏବଂ ବଡ଼ ବ୍ୟାଟେରୀ। ଏହି ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୭୫ ଏଆଇଇ ପ୍ରୋସେସର ଦିଆଯାଇଥିବା ବେଳେ ୫ ହଜାର ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ଦିଆଯାଇଛି। ସେହିପରି ୧୮ ୱାଟ୍‌ର ଫାଷ୍ଟ୍‌ ଚାର୍ଜର ବକ୍ସ ମଧ୍ୟ ଦିଆଯାଉଛି।

Vivo U20 ହେଉଛି କମ୍ପାନି ପକ୍ଷରୁ ଲଞ୍ଚ୍‌ ହେଉଥିବା ତୃତୀୟ ସ୍ମାର୍ଟଫୋନ, ଯେଉଁଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ପ୍ରୋସେସର ଦିଆଯାଉଛି। ଏହା ପୂର୍ବରୁ କମ୍ପାନି Vivo V17 Pro ଏବଂ Vivo V15 Pro ସ୍ମାର୍ଟଫୋନରେ ଏହଇ ପ୍ରୋସେସର ଦିଆଯାଇଥିଲା।

କମ୍ପାନି ପକ୍ଷରୁ ରିଲିଜ ହୋଇଥିବା ପୋଷ୍ଟରରେ Vivo U20 ସ୍ମାର୍ଟଫୋନର ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଫଟୋକୁ ଦେଖିବାକୁ ଗଲେ, ଏହି ସ୍ମାର୍ଟଫୋନରେ ୱାଟର ଡ୍ରପ୍‌ ନଚ୍‌ ରହିଛି। ସେହିପରି Vivo U20ରେ ଟ୍ରିପଲ ରିୟମ କ୍ୟାମେରା ସେଟ୍‌-ଅପ୍‌ ଦିଆଯାଇଥିବା ଦେଖିବାକୁ ମିଳିଛି। ସ୍ମାର୍ଟଫୋନର ପଛରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଥିବା ପୋଷ୍ଟରରେ ଦେଖିବାକୁ ମିଳିଛି।

ତେବେ ସ୍ମାର୍ଟଫୋନ୍‌ର ଦାମ୍‌ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ଆମାଜନ୍‌ ଇଣ୍ଡିଆ ପକ୍ଷରୁ Vivo U20 ସ୍ମାର୍ଟଫୋନର ଅନ୍‌ଲାଇନ୍‌ ବିକ୍ରି କରାଯିବ।

Comment